ଅପରାଧ

ବିମାନରେ ବମ୍ ଥିବା ଧମକ : ସମସ୍ତ ଯାତ୍ରୀ ସୁରକ୍ଷିତ

Published

on

ମୁମ୍ବାଇ ୨୬/୩ : ମୁମ୍ବାଇରୁ ସିଙ୍ଗାପୁର ଯାଉଥିବା ଏୟାର ଲାଇନ୍ସର ବିମାନରେ ବମ ଥିବାର ସୂଚନା ମିଳିଛି । ଏହି ଖବର ମିଳିବା ପରେ ପାଇଲଟ ବିମାନକୁ ସୁରକ୍ଷିତ ଭାବରେ ଚାଙ୍ଗୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅବତରଣ କରିଥିଲେ । ଏହି ବିମାନରେ ୨୬୩ ଜଣ ଯାତ୍ରୀ ଆରୋହଣ କରିଥିଲେ । ତେବେ ଯାଂଚ୍ କରିବା ପରେ ଏହା ଏକ ମିଥ୍ୟା ଖବର ବୋଲି ଜଣା ପଡିଛି ।
ସୂଚନାଯୋଗ୍ୟ, ସିଙ୍ଗାପୁର ଏୟାର ଲାଇନ୍ସର ଏସକ୍ୟୁ ବିମାନ ୪୨୩ ସ୍ଥାନୀୟ ସମାୟାନୁସାରେ ୧୧ଟା ୩୫ରେ ମୁମ୍ବାଇରୁ ଉଡାଣ ଭରିଥିଲା । ବିମାନ ଉଡାଣ ଭରିବାର କିଛି ସମୟ ପରେ ବିମାନରେ ବମ ଥିବା ଏକ ଫୋନ କଲ ଆସିଥିଲା । ଏହା ପରେ ସିଙ୍ଗାପୁର ବାୟୁସେନା ଚାଙ୍ଗୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଓହ୍ଲାଇଥିଲେ । ତେବେ ଆଜି ସକାଳ ୮ଟାରେ ବିମାନ ଆପତିକାଳୀନ ଲ୍ୟାଣ୍ଡିଙ୍ଗ କରିଥିଲା । ସମସ୍ତ ଯାତ୍ରୀଙ୍କୁ ସିକ୍ୟୁରିଟି ଚେକ୍ କରି ତଳକୁ ଓହ୍ଲାଯାଇଥିଲା । ଏହି ସମୟରେ ଅଧିକାରୀମାନେ ଜଣେ ମହିଳା ଏବଂ ଶିଶୁଙ୍କୁ ଗିରଫ କରିଛି ଏବଂ ସେମାନଙ୍କୁ ପଚରା ଉଚୁରା କରାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version