ଦେଶ ବିଦେଶ

ବିମାନ ଦୁର୍ଘଟଣା : ଦୁଇ ପାଇଲଟ ମୃତ

Published

on

ବେଙ୍ଗାଲୁରୁ ୧/୨ : ବେଙ୍ଗାଲୁରୁର ୟେମଲୁର ବିମାନବନ୍ଦରରେ ଏକ ପ୍ରଶିକ୍ଷଣକାରୀ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ପାଇଲଟଙ୍କର ମୃତ୍ୟୁ ଘଟିଛି । ଏହି ବିମାନଟି ଆଜି ପୂର୍ବାହ୍ନ ୧୦.୩୦ରେ ପରୀକ୍ଷାମୂଳକ ଉଡ଼ାଣ କରୁଥିବାବେଳେ ହଠାତ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା । ଖସିପଡ଼ିବା ମାତ୍ରେ ବିମାନଟିରେ ନିଆଁ ଲାଗିଯାଇଥିଲା । ଦୁଇ ପାଇଲଟ ବିମାନ ଭିତରୁ ବାହାରି ଆସିଥିଲେ ମଧ୍ୟ ଜଣେ ଜଳୁଥିବା ବିମାନର ଭଗ୍ନାବଶେଷ ଉପରେ ପଡ଼ିଯିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭତ୍ତି କରାଯାଇଥିଲେ ହେଁ କିଛି ସମୟ ପରେ ସେଠାରେ ସେ ପ୍ରାଣ ହରାଇଥିଲେ । ଏହି ଦୁଇ ପାଇଲଟ ହେଲେ ସ୍କାଡ୍ରନ ଲିଡର ନେଗି ଓ ଆବ୍ରୋଲ ।

Leave a Reply

Your email address will not be published. Required fields are marked *

Trending

Exit mobile version