ଝାରସୁଗୁଡା ୧୯ ।୨ : ଝାରସୁଗୁଡା ବିମାନ ବନ୍ଦରକୁ ବ୍ୟାବସାୟିକ ବିମାନ ଉଡ଼ାଣ ନେଇ ଅନୁମତି ମିଳିବା ପରେ ବି ଏ ଯାଏଁ ଉଡ଼ି ପାରିନି ବିମାନ। ସେନେଇ ବିମାନ ବନ୍ଦର ଅଧିକାରୀଙ୍କ ସହ ଆଲିଆନ୍ସ ଏୟାରର ଚାରି ଜଣିଆ ଟିମ ଆଲୋଚନା କରିଛନ୍ତି । ଏହା ପୂର୍ବରୁ ଆସନ୍ତା ମାର୍ଚ୍ଚ ୩୧ତାରିଖରୁ ଝାରସୁଗୁଡାରୁ ନିୟମିତ ବିମାନ ଉଡାଣ ଉଡିବ ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ଏସ.କେ.ଚୌହ୍ୱାନ ସୂଚନା ଦେଇଥିଲେ।
ସୂଚନା ମୁତାବକ ଝାରସୁଗୁଡ଼ା ବିମାନ ବନ୍ଦରରୁ ବିମାନ ଉଡିବା ନେଇ ଅନେକ ଅନୁମତି ପାଇବା ପରେ ମଧ୍ୟ ଆରମ୍ଭ ହୋଇନି ବିମାନ ଉଡ଼ାଣ । କେବେ ବିମାନ ଉଡ଼ିବ ସେନେଇ ଝାରସୁଗୁଡ଼ା ବିମାନ ବନ୍ଦର ଅଧିକାରୀଙ୍କ ସହ ଆଲିଆନ୍ସ ଏୟାରର ଚାରି ଜଣିଆ ଟିମ ପହଞ୍ଚି ତଦାରଖ ପାଇଁ ଆଲୋଚନା କରିଛନ୍ତି।
ଉଲ୍ଲେଖଯୋଗ୍ୟ ଆସନ୍ତା ମାର୍ଚ୍ଚ ୩୧ତାରିଖରୁ ଝାରସୁଗୁଡାରୁ ନିୟମିତ ବିମାନ ଉଡାଣ ଉଡିବ । ଝାରସୁଗୁଡାରୁ ଦେଶର ୩ଟି ସ୍ଥାନ ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ସ୍ପାଇସ ଜେଟର ବିମାନ ଉଡିବ ବୋଲି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ଏସ.କେ.ଚୌହ୍ୱାନ ସୂଚନା ଦେଇଥିଲେ।। ସ୍ପାଇସ ଜେଟର କର୍ତ୍ତୃପକ୍ଷ ଏନେଇ ଆଜି ଝାରସୁଗୁଡା ବିମାନ ବନ୍ଦର ପରିଦର୍ଶନ କରିଥିଲେ । ଝାରସୁଗୁଡା ବିମାନବନ୍ଦରକୁ କମର୍ସିଆଲ ବିମାନ ଚଳାଚଳ ପାଇଁ ପୂର୍ବରୁ ସୂଚନା ଦେଇଥିଲେ କେନ୍ଦ୍ର ସରକାର । ଦେଶର ୬ଟି ସହରରକୁ ଝାରସୁଗୁଡାରୁ ବିମାନ ଚଳାଚଳ କରିବ । ଉଡାନ- ୩ ଯୋଜନାରେ ଝାରସୁଗୁଡା ବିମାନ ଚାଲିବ ।କୋଲକାତା, ଭୁବନେଶ୍ୱର, ହାଇଦ୍ରାବଦରୁ ଝାରସୁଗୁଡା ଉଡିବ ବିମାନ । ସେହିପରି ମୁମ୍ବାଇ, ଦିଲ୍ଲୀ, ରାୟପୁରରୁ ଝାରସୁଗୁଡାକୁ ଚାଲିବ ବିମାନ । କୋଲକାତାକୁ ସ୍ପାଇଶ ଜେଟ, ଆସିଆନ୍ସ ଆଭିଏସନ ବିମାନ ଚାଲିବ । ଭୁବନେଶ୍ୱରକୁ ଆଲିଆନ୍ସ ଓ ଟର୍ବୋ ଏୟାରଲାଇନ୍ସର ବିମାନ ଚାଲିବ । ଝାରସୁଗୁଡାରୁ ହାଇଦ୍ରାବାଦ ବିମାନ ଚଳାଇବ ସ୍ପାଇସ ଜେଟ । ଝାରସୁଗୁଡାରୁ ମୁମ୍ୱାଇ ବିମାନ ଚଳାଇବ ଜେଟ ଏୟାରୱେଜ । ସେହିପରି ଦିଲ୍ଲୀକୁ ସ୍ପାଇସ ଜେଟ ଓ ରାୟପୁରକୁ ଆଲିଆନ୍ସ, ଟର୍ବୋ ବିମାନ ଚାଲିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ କେନ୍ଦ୍ର ସରକାର।