ଦେଶ ବିଦେଶ

ବିମାନ ହାଇଜ୍ୟାକ ଧମକ : ଦେଶର ସମସ୍ତ ବିମାନ ବନ୍ଦରରେ ସୁରକ୍ଷା କଡ଼ାକଡ଼ି

Published

on

ନୂଆଦିଲ୍ଲୀ ୨୩/୨ : ଶନିବାର ମୁମ୍ବାଇରେ ଏକ ଏୟାରଲାଇନର ଅପରେସନ ସେଣ୍ଟରକୁ ଫୋନ କରି ବିମାନକୁ ହାଇଜାକ କରି ପାକିସ୍ତାନ ନିଆଯିବ ବୋଲି ଧମକକାରୀ ଧମକ ଦେଇଛି। ଧମକ ମିଳିବା ମାତ୍ରେ ଦେଶର ସମସ୍ତ ବିମାନ ବନ୍ଦରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏବେ ବିମାନରେ ବସିବା ପୂର୍ବରୁ ଯାତ୍ରୀଙ୍କ ତଲାସି ଓ କାର ପାର୍କିଂକୁ ଯାଉଥିବା ଗାଡ଼ିର ବ୍ୟାପକ ଯାଞ୍ଚ କରାଯିବ। ସୂଚନା ମୁତାବକ ଶନିବାର ଏହି ଧମକଭରା ଫୋନ ଏୟାର ଇଣ୍ଡିଆର ବିମାନ ବନ୍ଦର ଅପରେସନ ସେଣ୍ଟରକୁ ଆସିଛି। ଏକ ଭାରତୀୟ ଏୟାରଲାଇନ୍ସର ବିମାନକୁ ହାଇଜ୍ୟାକ କରି ପାକିସ୍ତାନ ନିଆଯିବ ବୋଲି ଧମକ ଦିଆଯାଇଛି। ଅନ୍ୟ ପଟେ ପୁଲଓ୍ଵାମା ହମଲା ପରଠୁ ବିମାନ ବନ୍ଦର ସୁରକ୍ଷାକୁ ବଢାଇ ଦିଆଯାଇଛି। ଏହା ପରେ ଶନିବାର ଧମକ ମିଳିବା ପରେ ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟି(ବିସିଏଏସ) ସମସ୍ତ ବିମାନ ବନ୍ଦର ଓ ଏୟାରଲାଇନ ସଞ୍ଚାଳକଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରିଛି।

ବିସିଏଏସ କହିଛି ଯେ ଯାତ୍ରୀ, କର୍ମଚାରୀ, ସାମଗ୍ରୀ, କ୍ୟାଟରିଂ ଆଦିର କଡ଼ା ଯାଞ୍ଚ କରାଯାଉ। ବିମାନ ବନ୍ଦରର ପ୍ରବେଶ ଦ୍ଵାରରେ ଅଚାନକ କରାଯାଉଥିବା ଯାଞ୍ଚ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବିମାନ ବନ୍ଦର ପରିସରର ସୁରକ୍ଷା ମଧ୍ୟ ବଢାଇବାକୁ କୁହାଯାଇଛି। ଏହା ବ୍ୟତୀତ ବିମାନ ବନ୍ଦରରେ କ୍ୟୁକି ରିଆକ୍ସନ ଟିମ୍(କ୍ୟୁଆରଟି)କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଧମକଭରା ଫୋନ ଜାଲ କିମ୍ବା କୌଣସି ଅସାମାଜିକ ବ୍ୟକ୍ତିର ହୋଇପାରେ, ତଥାପି ସୁରକ୍ଷା ଏଜେନ୍ସି ଏହାକୁ ହାଲୁକା ଭାବେ ନେଇ ନାହାନ୍ତି। ସୁରକ୍ଷା ବ୍ୟବସ୍ଥାରେ କୌଣସି ଢିଲାପଣ କରିବାକୁ ଚାହୁଁନାହାନ୍ତି। କେନ୍ଦ୍ରୀୟ ଔଦୋଗିକ ସୁରକ୍ଷା ବଳ(ସିଆଇଏସଏଫ) ପୁଲଓ୍ଵାମା ହମଲା ପରେ ବିମାନ ବନ୍ଦରର ସୁରକ୍ଷାକୁ ପୂର୍ବରୁ ହିଁ କଡ଼ା କରି ଦିଆଯାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version