ରାଜ୍ୟ

ବିଶିଷ୍ଟ ସମାଜବାଦୀ ନେତା ପ୍ରଶାନ୍ତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

Published

on

ଭୁବନେଶ୍ୱର: ଓଡିଶା ସମାଜବାଦୀ ଆନ୍ଦୋଳନ ର ଅନ୍ୟତମ ପୁରୋଧା ପ୍ରଶାନ୍ତ ମିଶ୍ର ଙ୍କ ଶ୍ରଦ୍ଧାଞ୍ଜଳି ସଭା ଓଡିଶା ନାଗରିକ ସମାଜ ର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକଙ୍କ ପୌରହିତରେ ଉତ୍କଳ ସାମ୍ବାଦିକ ସଙ୍ଘ ସଭାଗୃହରେ ଗତକାଲି ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଯୋଗ ଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, କହିଲେ କି ଜୀବନରେ ପଦବୀ ଆଶା ନ ରଖି ଜୟ ପ୍ରକାଶ ନାରାୟଣ ଙ୍କ ପ୍ରେରଣା ରେ ସଦା ସର୍ବଦା ସାଧାରଣ ମଣିଷର ଅଭାବ ଅସୁବିଧା ଦୂର କରିବାକୁ ଚିନ୍ତା କରି ଆସିଥବା ପ୍ରଶାନ୍ତ ମିଶ୍ରଙ୍କ ଭଳି ବିରଳ ବ୍ୟକ୍ତିତ୍ୱ ଖୁବ କମ। ଆଜିର ଯୁବ ସମାଜ ତାଙ୍କ ଜୀବନୀରୁ ଶିଖିବା ଉଚିତ। ନିର୍ବାଚନ କମିଶନ ଙ୍କ ଉପଦେଷ୍ଟା ଡ଼ଃ ଭଗବାନ ପ୍ରକାଶ, ପ୍ରଶାନ୍ତ ମିଶ୍ରଙ୍କ ନିସ୍ୱାର୍ଥପର ସମାଜସେବା ଓ ଶ୍ରମିକ ଆନ୍ଦୋଳନରେ ତାଙ୍କର ଅବଦାନକୁ ଭୂରି ଭୁରି ପ୍ରଶଂସା କରିଥିଲେ। ବରିଷ୍ଠ ସାମ୍ବାଦିକ ରବି ଦାସ, ତାଙ୍କ ସ୍ମୃତି ମନେପକେଇ ସ୍ୱାର୍ଥ ପରିତ୍ୟାଗ କରିସେତେବେଳେ ନନ୍ଦିନୀ ଶତପଥୀ ଙ୍କୁ ଛାଡି ମାଳତୀ ଚୌଧୁରୀ ଙ୍କୁ ନିର୍ବାଚନ ରେ ସହଯୋଗ କରିବା ଭଳି ମହାନ କାର୍ଯ୍ୟ କୁ ଉଦାହରଣ ଦେଇ ତାଙ୍କର ବ୍ୟକ୍ତିତ୍ୱ ର ଅବତାରଣା କରିଥିଲେ।

ସୁବ।ର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ତାଙ୍କର କୌଣସି ଅଭିଳାଷ ନରଖି ନିସ୍ଵାର୍ଥପର ଜନସେବାକୁ ଆଲୋକପାତ କରିବା ସହ ଆଗାମୀ ସୁବାର୍ତ୍ତା ବାର୍ଷିକୋସ୍ତଵ ରେ ପ୍ରଶାନ୍ତ ମିଶ୍ର ସମ୍ମାନ ପ୍ରଦାନ ପାଇଁ ଘୋଷଣା କରିଥିଲେ।

ଜାତୀୟ ମାନବାଧିକାର କମିଶନ ସଦସ୍ୟ ମନୋଜ ଜେନା ସ୍ୱର୍ଗତ ମିଶ୍ର ପ୍ରତ୍ୟେକ ମଣିଷ କୁ ତାର ମାନବିକ ଅଧିକାର ପ୍ରଦାନ କରିବାକୁ ସମାଜବାଦୀ ଚେତନା ଜାଗ୍ରତ କରିବା କ୍ଷେତ୍ରରେ ଯେଉଁ ଉଲ୍ଲେଖନିୟ କାର୍ଯ୍ୟ କରିଛନ୍ତି ସେଥିପାଇଁ ସବୁଦିନ ମନେରହିବେ ବୋଲି କହିଥିଲେ।

ପୂର୍ବତନ ବିଧାୟକ ନିମାଇଁ ସରକାର ପୋଲଭରମ ଆନ୍ଦୋଳନ ପାଇଁ ପ୍ରଶାନ୍ତ ମିଶ୍ର ଙ୍କ ସହଯୋଗ ସମ୍ପର୍କ ରେ କହିବା ସହିତ ଆଗାମୀ ଦିନରେ ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ମାନଙ୍କ ସପକ୍ଷରେ ପୁନର୍ବାର ଆନ୍ଦୋଳନ ପାଇଁ ପ୍ରସ୍ତାବ ଦେଇଥିଲେ।

ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସ୍କୁଲ ପାଠ୍ୟକ୍ରମ ରେ ମହାପୁରୁଷ ମାନଙ୍କ ଜୀବନୀ ଓ ଆଦର୍ଶ ବିଷୟ ଅଧିକରୁ ଅଧିକ ରହିଲେ ପିଲାମାନେ ବେଶୀ ଅନୁପ୍ରାଣିତ ହେବା ସହ ଶୃଙ୍ଖଳିତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ସାମ୍ବାଦିକ ରମେଶ ମହାନ୍ତି ପ୍ରଶାନ୍ତ ମିଶ୍ର ଙ୍କ କାର୍ଯ୍ୟଶୈଳୀ କୁ ଆଜିର ନେତା ମାନେ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ଯୁବନେତା ଲଲାଟେନ୍ଦୁ ଶତପଥୀ, ଆଜିର ଯୁବ ସମାଜ ପ୍ରଶାନ୍ତ ମିଶ୍ରଙ୍କ କାର୍ଯ୍ୟଧାରା ରୁ ଅନୁପ୍ରାଣିତ ହେବାକୁ ଗୁରୁତ୍ୱ ଦେଇଥିଲେ। ଓଡିଶା ଅଭିଭାବକ ମହାସଂଘ ର ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ ପ୍ରଶାନ୍ତ ମିଶ୍ର ଙ୍କ ତ୍ୟାଗ ଓ ନିଷ୍ଠା ଖୁବ କମ ବ୍ୟକ୍ତି ଙ୍କ ନିକଟରେ ଥାଏ ତେଣୁ ପ୍ରତ୍ୟେକ ମଣିଷ ପ୍ରଥମେ ଭଲ ମଣିଷ ହେବା କୁ ଚେଷ୍ଟା କରିବାକୁ ମତ ଦେଇଥିଲେ।

ପରିଶେଷରେ ଇଂ ପଟ୍ଟନାୟକ କହିଥିଲେ ଯେ ସମାଜସେବୀ ମାନଙ୍କ ଜୀବନବ୍ୟାପୀ ନିଃସ୍ୱାର୍ଥପର କାର୍ଯ୍ୟକଳାପ କୁ ସରକାର ସ୍ୱକୃତି ନଦେଲେବି ନାଗରିକ ସମାଜ ଦେବ ଏବଂ ପ୍ରଚାର ପ୍ରସାର ମଧ୍ୟ କରିବ। ସତ୍ୟବ୍ରତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version