ଭୁବନେଶ୍ୱର: ଆସନ୍ତା ୨୦୨୪ରୁ ବିଶ୍ୱ ଭୂମିକାରେ ଅବତୀର୍ଣ୍ଣ ହେବେ ଦେଶର ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ।
ମୁର୍ମୁ ନିକଟରେ ଏସେମ୍ବଲୀ ଅଫ ଏସିଆନ ଅର୍ଗାନିଆଇଜେସନ ଅଫ ସୁପ୍ରିମ ଅଡିଟ ଇନଷ୍ଟିଚ୍ୟୁସନ (ଏଏସଓଏସଏଏଇ)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଏହି ପଦବୀରେ ୨୦୨୪ରୁ ୨୦୨୭ ପର୍ଯ୍ୟନ୍ତ ତିନି ବର୍ଷ ରହିବେ।
ଅଧ୍ୟକ୍ଷ ମୁର୍ମୁ ଏହି ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀଭାବେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ସଂଗଠନ ଗୁଡିକ ସହ ଯୋଗାଯୋଗ କରିବେ।
ମୁର୍ମୁଙ୍କ ଏହି କାର୍ଯ୍ୟକାଳରେ ଭାରତରେ ଏଏସଓଏସଏଏଇର ୧୬ତମ ଏସମ୍ବଲୀ ୨୦୨୪ରେ ଅନୁଷ୍ଟିତ ହେବାକୁ ଯାଉଛି। ମୁର୍ମୁଙ୍କ ତିନିବର୍ଷ କାର୍ଯ୍ୟକାଳ ମଧ୍ୟରେ ଦେଶ ପରିବେଶ ଅଡିଟ, ଏବଂ ବିଗ ଡାଟା, ମେସିନ ଲରନିଂ ଏବଂ ଆରଟିଫିସିଆଲ ଇଣ୍ଟିଲିଜେନ୍ସ ଭଳି ନୂତନ ବୈଷୟିକ ଜ୍ଞାନର ଅଡିଟ ଉପରେ ଜୋର ଦେବ ବୋଲି କୁହାଯାଉଛି।