ଦେଶ ବିଦେଶ

ବିଷାକ୍ତ ମଦ ପିଇ ୯୩ ଲୋକ ମୃତ୍, ୨୦୦ ଅସୁସ୍ଥ

Published

on

ଆସାମ ୨୩/୨ : ଗୋଲାଘାଟ ଜିଲ୍ଲାର ଗୋଟିଏ ଚା ବଗିଚାରେ କଥିତ ରୁପରେ ବିଷାକ୍ତ ମଦ ପିଇବା ପରେ ୭ଜଣ ମହିଳାଙ୍କ ସମେତ ୯୩ ଲୋକଙ୍କ ମୃତ୍ୟୁ ହୋଇଛି । ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ଶର୍ମା କହିଛନ୍ତି ଯେ ମୃତଙ୍କ ସଂଖ୍ୟା ୯୩ ରେ ପହଞ୍ଚିଥିବା ବେଳେ ୨୦୦ରୁ ଅଧିକ ଅସୁସ୍ଥ ଅଛନ୍ତି । ଘଟଣାରେ ମୃତଙ୍କ ସଂଖ୍ୟା ଆହୁରୀ ବଢିପାରେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ୨୫୦ରୁ ଅଧିକ ଲୋକ ଗୁରୁବାର ମଦ ପିଇଥିଲେ ଏବଂ ଏହି ବିଷାକ୍ତ ମଦକୁ ଗୋଟିଏ ଦୋକାନରୁ କିଣାଯାଇଥିଲା । ଏହି ଲୋକମାନେ ସାଲିମିରା ଚା ବଗିଚାରେ କାମ କରୁଥିଲେ । ପୁଲିସ ଏହି ମମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଆସମା ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାକୁ ନେଇ ଜିଲ୍ଲାର ଦୁଇ ଅବକାରୀ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି ।
ଗୋଲାଘାଟର ସିଭିଲ ହସ୍ପିଟାରେ ଅସୁସ୍ଥମାନଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ଦେଶୀ ବିଷାକ୍ତ ମଦ ପିଇବା କରାଣରୁ ଏହି ମୃତ୍ୟୁ ହୋଇଛି ଏବଂ ଡାକ୍ତରଖାନାକୁ ଅଣାଯାଇଥିବା ଲୋକମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version