Connect with us

ପାଟନା: ବିହାରରେ ଏନ୍ଡିଏର ସହଯୋଗୀ ଦଳମଧ୍ୟରେ ଲୋକସଭା ଆସନ ବୁଝାମଣାର ଫର୍ମୁଲାରେ ବିଜେପି କ୍ଷତିଗ୍ରସ୍ତ ହୋଇଛି । ଆସନ ବୁଝାମଣାକୁ ନେଇ ଦଳରେ ଅସନ୍ତୋଷ କୁହୁଳିବାରେ ଲାଗିଛି ।
ଆସନ୍ତା ୨୦୧୯ ଲୋକସଭା ନିର୍ବାଚନ ପାଇଁ ଯେଉଁ ଆସନ ବୁଝାମଣାର ଫର୍ମୁଲା ଚୂଡାନ୍ତ ହୋଇଛି ସେଥିରେ ବିଜେପିକୁ ୧୭ଟି, ନିତିଶ କୁମାରଙ୍କ ଜନତା ଦଳ(ୟୁ)କୁ ୧୭ଟି ଓ ରାମବିଳାସ ପାଶୱାନଙ୍କ ଏଲ୍ଜେପିକୁ ୬ଟି ଆସନ ମିଳିବ । ଏହି ଆସନ ବୁଝାମଣାରେ ବିଜେପି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଗତ ଲୋକସଭା ନିର୍ବାଚନରେ ବିଜେପିର ୨୨ ଜଣ ପ୍ରାର୍ଥୀ ବିଜୟୀ ହୋଇଥିଲେ । ବର୍ତମାନ ଫର୍ମୁଲାରେ ଦଳକୁ ୫ ଜଣ ସାଂସଦଙ୍କୁ ନିର୍ବାଚନ ଲଢ଼ିବାରୁ ବଂଚିତ କରିବାକୁ ପଡିବ । ଅନ୍ୟ ପକ୍ଷରେ ଜେଡିୟୁର ମାତ୍ର ୨ ଜଣ ନିର୍ବାଚିତ ହୋଇଥିଲେ । ଏହାକୁ ୧୫ଟି ଆସନର ଲାଭ ହୋଇଛି । ଏଲ୍ଜେପିର ଲାଭ ବା କ୍ଷତି ହୋଇ ନାହିଁ କାରଣ ଲୋକସଭାରେ ବର୍ତମାନ ଏହାର ଛଅ ଏମ୍ପି ଅଛନ୍ତି ।
ମୋଦି ବିରୋଧୀ ଅସନ୍ତୁଷ୍ଟ ନେତା ଶତ୍ରୁଘ୍ନ ସିନ୍ହା ଙ୍କୁ ଏଥର ଟିକେଟ୍ ମିଳି ନପାରେ । ଶତ୍ରୁଘ୍ନ ପାଟନା ସାହେବ ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେହି ଭଳି ବେଗୁସରାଇ ସାଂସଦ ଭୋଲା ସିଂହଙ୍କ ମୃତ୍ୟୁ ପରେ ଆସନଟି ଖାଲି ପଡିଛି । ମୋଦି-ଶାହାଙ୍କ ଏହି ଆସନ ବୁଝାମଣା ନିଷ୍ପତିରେ ଅନେକ ବିଜେପି ନେତା ଆଶଂକାରେ ରହିଛନ୍ତି । କେଉଁ ଆସନ ଜେଡିୟୁ ଯିବ ତାହା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯଇଛି । ତେବେ ଯେଉଁ ଯେଉଁ ଆସନରେ ସାଂସଦଙ୍କୁ ଟକେଟ ମିଳିବ ନାହିଁ ଏବଂ ଯେଉଁ ଆସନରେ ଗତ ନିର୍ବାଚନରେ ପରାଜୟ ପରେ ସକ୍ରିୟ ଥିବା ନେତାଙ୍କୁ ବ ଅନ୍ୟ ଆଶାୟୀଙ୍କୁ ଟିକେଟ୍ ମିଳିବ ନାହିଁ ସେମାନେ ବିଦ୍ରୋହ କରିବାର ସମ୍ଭାବନା ରହିଛି ।
“ମୋଦିଙ୍କୁ ବିମୁଦ୍ରୀକରଣ ସଂପର୍କରେ ପ୍ରଶ୍ନକରି ଜେଡିୟୁ ଓ ଏଲଜେପି ଲାଭବାନ ହୋଇଛନ୍ତି । ଏହି ଆସନ ବୁଝାମଣା ଫର୍ମୁଲାରୁ ବୁଝି ପାରୁଥିବେ ଏନ୍ଡିଏ କେଉଁ ଅବସ୍ଥାରେ ଆସି ପହଂଚିଲାଣି ।”, କହିଛନ୍ତି ଆଜେଡି ନେତା ତେଜେଶ୍ୱୀ ଯାଦବ ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions