ଦେଶ ବିଦେଶ

ବିହାରରେ ୧୧୨ ଶିଶୁ ମୃତ୍ୟୁ : ଶାସକ ଏବଂ ବିପକ୍ଷ ଦଳର ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ

Published

on

ପାଟନା ୧୯/୬ : ବିହାରରେ ଆକ୍ୟୁଟ ଇନସେଫଲାଇଟିସ୍ ସିଣ୍ଡ୍ରମ୍ ରେ ପୀଡିତ ହୋଇ ଏପର‌୍ୟ୍ୟନ୍ତ ପାଖାପାଖି ୧୧୨ଜଣଙ୍କର ମୃତ୍ୟୁ ଘଟିଛି । ଏହି ମଧ୍ୟରେ ରାଜ୍ୟରେ ଥିବା ଶାସକ ଏବଂ ବିପକ୍ଷ ଦଳର ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି । ଏହି ସମୟରେ ଲୋକମାନଙ୍କ ମଧ୍ୟରୁ ରାଷ୍ଟ୍ରୀୟ ଜନତା ଦଳ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସାଧାରଣ ଲୋକଙ୍କ ମଧ୍ୟରୁ ଗାୟବ ଅଛନ୍ତି । ବିହାରରେ ଏଭଳି ସଙ୍କଟାପନ୍ନ ପରିସ୍ଥିତିରେ ତେଜସ୍ୱୀ ଗାୟବ ରହିବା ଏକ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସମୟରେ ଆରଜେଡିର ବରିଷ୍ଠ ନେତା ରଘୁବଂଶ ପ୍ରସାଦ କହିଛନ୍ତି କି, ତେଜସ୍ୱୀ ବୋଧହୁଏ ବିଶ୍ୱକପ୍ ଦେଖିବାକୁ ଯାଉଛନ୍ତି ।
ରଘୁବଂଶ କହିଛନ୍ତି କି, ତେଜସ୍ୱୀ କେଉଁଠାରେ ଅଛି ମୋତେ ସ୍ପଷ୍ଟ ଭାବରେ ଜଣା ନାହିଁ । ସେ ବିଶ୍ୱକପ୍ ଦେଖିବାକୁ ଯାଇଥାଇ ପାରନ୍ତି । କିନ୍ତୁ ମୁଁ ସ୍ପଷ୍ଟ ଭାବରେ ଜାଣି ନାହିଁ ।  ସୂଚନାଯୋଗ୍ୟ, ଜେଲରେ ଥିବା ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଲୋକସଭା ନିର୍ବାଚନରେ ପରାଜୟ ବରଣ କରିବା ପରେ ଏବେ ଗାୟବ ହୋଇଯାଇଛନ୍ତି । ତାଙ୍କୁ ଶେଷ ଥର ପାଇଁ ମଇ ୨୮ରେ ପରାଜୟର କାରଣ ସମୀକ୍ଷା ବୈଠକରେ ଦେଖା ଯାଇଥିଲା । କେବଳ ସେତିକି ନୁହେଁ ତାଙ୍କୁ ଜୁନ ୧୧ରେ ଲାଲୁ ପ୍ରସାଦ ଯାଦବଙ୍କ ଜନ୍ମଦିନ ପାର୍ଟିରେ ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version