National

ବିହାର ନିର୍ବାଚନ: ସାମ୍ବାଦିକଙ୍କ ପାଇଁ ଶୁଭ ଖବର

Published

on

ପାଟନା: ବିହାର ସାମ୍ବାଦିକଙ୍କ ପାଇଁ ଶୁଭ ଖବର। ରାଜ୍ୟ ବିଧାନସଭା ପାଇଁ ହେଉଥିବା ନିର୍ବାଚନରେ ବହୁ ସାମ୍ବାଦିକଙ୍କୁ ଟିକେଟ ମିଳିବାର ସମ୍ଭାବନା ଏବେ ଉଜ୍ଜ୍ୱଳ ହୋଇଛି।

ରାଜ୍ୟର ଅନ୍ୟତମ ପ୍ରମୁଖ ସରକାରୀ ଦଳ ଏଲଜେପି ବହୁ ସାମ୍ବାଦିକଙ୍କୁ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ଟିକେଟ ଦିଆଯିବ ବୋଲି ଘୋଷଣା କରିଛି। ଦଳର ବର୍ତ୍ତମାନ ଓ ପୂର୍ବତନ ସାଂସଦମାନଙ୍କ ଏକ ବୈଠକ ପରେ ଜାରି ହୋଇଥିବା ଏକ ପ୍ରେସ ବାର୍ତ୍ତାରେ ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି।

କେନ୍ଦ୍ରମନ୍ତ୍ରୀ ରାମ ଭିଳାଶ ପାଶ୍ୱନଙ୍କ ଦଳ ଏଲଜେପିର ଏହି ପ୍ରେସ ବାର୍ତା ବର୍ତ୍ତମାନ ବିହାର ସାମ୍ବାଦିକ ମହଲରେ ଆଲୋଡନ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଅନ୍ୟପକ୍ଷରେ ଏହି ଚର୍ଚ୍ଚାରୁ ରାଜନୈତିକ ଫାଇଦା ନେବାକୁ ଯାଇ ପାଶ୍ୱନଙ୍କ ପୁଅ ଚିରାଗ ପାଶ୍ୱନ ତାଙ୍କର ଆଇଟି ଟିମକୁ ଫୁଲ ଦମରେ ଲଗାଇଦେଇଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version