ଭୋଗରାଇ ୧୯/୧୨ : ଭୋଗରାଇ ବ୍ଲକ୍ ଗୋପୀନାଥପୁରର ନାରଣପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଗ୍ରାମ ପୋଖରୀ ନିକଟରେ ଦୁଇଜଣ ପିଲା ଖେଳୁଥିବାବେଳେ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି । ପିଲା ଦୁଇଟିଙ୍କୁ ନପାଇ ସେମାନଙ୍କ ପରିବାର ଓ ଗାଁ ଲୋକ ପୋଖରୀ ଭିତରେ ଖୋଜାଖୋଜି କରିବା ପରେ ସେମାନଙ୍କ ଶବ ମିଳିଥିଲା । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।