Business

ବେଆଇନ ଖଣି କାରବାରର ସଂଜ୍ଞା ବଦଳିବ

Published

on

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ତ୍ତମାନ ବେଆଇନ ଖଣି କାରବାରର ସଂଜ୍ଞା ପରିବର୍ତ୍ତନ କରିବାକୁ ଯାଉଛନ୍ତି।

କେନ୍ଦ୍ର ଖଣି ମନ୍ତ୍ରଣାଳୟ ମାଇନ୍ସ ଅଣ୍ଡ ମିନରାଲସ (ଡେଭଲାପମେଣ୍ଟ ଆଣ୍ଡ ରେଗୁଲସନ) ଆକ୍ଟ ବା ଏମଏମଡ଼ିଆର ଆଇନରେ ସଂସ୍କାର ଆଣିବାକୁ ଯାଇ ଏହାର ୨୧(୫) ଧାରା ଥିବା ବ୍ୟବସ୍ଥାକୁ ସଙ୍କୁଚିତ କରିବାକୁ ଯାଉଛନ୍ତି। ଏହା ଫଳରେ କେବଳ ନିଜ ଲିଜ ଅଞ୍ଚଳ ବାହାରେ ଖଣି କାର୍ଯ୍ୟ କଲେ ତାହା ବେଆଇନ ବୋଲି ଧରାଯିବ। ନିଜ ଖଣି ଅଂଚଳରେ ଅନ୍ୟାନ୍ୟ ଆଇନ ଉଲଙ୍ଘନକୁ ବେଆଇନ ବୋଲି ଧରା ଯିବନି।

କେନ୍ଦ୍ର ଖଣି ମନ୍ତ୍ରଣାଳୟ ଏହି ସଂସ୍କାର ପ୍ରସ୍ତାବ ଉପରେ ମତାମତ ଲୋଡ଼ିବା ପାଇଁ ଅଗଷ୍ଟ ୨୪ ରୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ସମୟ ଦେଇଥିଲେ।

କେନ୍ଦ୍ର ସରକାର ଏହି ବେଆଇନ ଖଣି କାରବାରର ସଜ୍ଞା କଣ ବ୍ୟାଖ୍ୟା କରୁଛନ୍ତି ତାହା ଆଗାମୀ ଦିନରେ ଜଣା ପଡିବ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଓଡ଼ିଶାରେ ହୋଇଥିବା ବ୍ୟାପକ ବେଆଇନ ଖଣି କାରବାର ସମ୍ପର୍କିତ ମାମଲାର କଣ ଭବିଷ୍ୟତ ହେବ ତାହା ଦେଖିବାକୁ ହେବ। ଏହି ମାମଲାରେ ରାୟ ଶୁଣାଇ ସୁପ୍ରିମକୋର୍ଟ ବେଆଇନ ଖଣି କାରବାରରେ ଲିପ୍ତ କମ୍ପାନୀଗୁଡିକ ଠାରୁ ୧୭,୦୦୦ କୋଟି ଟଙ୍କାର ଜୋରିମାନା ଆଦାୟ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟର ରାୟ ଅନୁଯାୟୀ ନିଜ ଖଣି ଅଂଚଳରେ ନିର୍ଧାଯ୍ୟ ପରିମାଣରୁ ଅଧିକ ଖଣିଜ ପଦାର୍ଥ ଉତ୍ତୋଳନ, ଜଙ୍ଗଲ ଓ ପରିବେଶ ଆଇନର ଉଲଙ୍ଘନ ମଧ୍ୟ ବେଆଇନ ଖଣି କାରବାରର ସଂଜ୍ଞା ପରିସରଭୁକ୍ତ ।

ସୁପ୍ରିମକୋର୍ଟରେ ସେତେବେଳେ କେନ୍ଦ୍ର ମନ୍ତ୍ରଣାଳୟ ମଧ୍ୟ ଏହି ମତ ରଖିଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version