ଅପରାଧ

ବେଦାନ୍ତ ଆଲୁମିନା ପରିସରରେ ଉତ୍ତେଜନା ଘଟଣା : ଆପୋଷ ସମାଧାନ ପରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ସହାୟତା ଦେବ ବେଦାନ୍ତ

Published

on

କଳାହାଣ୍ଡି ୧୯/୩ : ବେଦାନ୍ତ ଆଲୁମିନା ପରିସରରେ ଉତ୍ତେଜନା ଥମି ଯାଇଛି। ତେବେ ଏହି ଘଟଣାକୁ ନେଇ ଏସ୍ପିଙ୍କ ମଧ୍ୟସ୍ଥତାରେ ଆନ୍ଦୋଳନକାରୀ ଓ ବେଦାନ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକ ହୋଇ ଆଜି ଆପୋଷ ସମାଧନ ହୋଇଛି।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ରିଫାଇନାରି କମ୍ପାନିରେ ନିୟୋଜିତ ଓଆଇଏସଏଫ ସିକ୍ୟୁରିଟି ଓ ରେଙ୍ଗୋପାଲି ଗ୍ରାମର ବିସ୍ଥାପିତ ଆନ୍ଦୋଳନକାରୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହେତୁ ଲାଠିଚାର୍ଜ ଓ ଆକ୍ରମଣ ପ୍ରତ୍ୟାକ୍ରମଣରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧୪୪ ଧାରା ବି ଜାରି କରାଯାଇଥିଲା। ଏହି ଉତ୍ତଜନାମୂଳକ ପରିସ୍ଥିତିରେ ଓଆଇଏସଏଫ ସିକ୍ୟୁରିଟିଙ୍କ ମାଡ଼ରେ ଦାନି ବାତ୍ରା (୩୫) ନାମକ ବ୍ୟକ୍ତିର ମୃତ୍ୟୁ ଘଟିଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା। ତେବେ ମୃତକଙ୍କ ପରିବାରକୁ ବେଦାନ୍ତ ପକ୍ଷରୁ ୨୫ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version