କଳାହାଣ୍ଡି ୨୪/୨ : ମଦ୍ୟପ ବରର ହାତ ଧରିବାକୁ ମନା କଲା କନିଆଁ । କଳାହାଣ୍ଡି ଜୁନାଗଡ଼ ବ୍ଲକ ଦୁନ୍ଦେଲମାଲ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ବେଦିରେ ମାତାଲ ବରର ହାତ ଧରିବାକୁ କନିଆ ମନା କରିବା ପରେ ଶିଶୁପାଳ ହୋଇ ଫେରିଛି ବର । ଧର୍ମଗଡ଼ ସହରର ତ୍ରିନାଥ ନାଏକଙ୍କ ପୁଅ ଅମିତ ନାଏକ ଦୁନ୍ଦେଲମାଲ ଗାଁର ଜଣେ ଯୁବତୀଙ୍କୁ ବିବାହ କରିବାକୁ ଥିବା ବେଳେ ସେ ମଦ କାରଣରୁ ବାହା ହେବାକୁ ମନା କରିଦେଇଥିଲେ । ଏପରିକି ବେଦିରେ ମଧ୍ୟ ମାତାଲ ଅବସ୍ଥାରେ ପହଁଚିଥିଲେ ଅମିତ । ବର ଶିଶୁପାଳ ହେବା ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।