ଢ଼େଙ୍କାନାଳ ୨୨/୨ : ଢେଙ୍କାନାଳ ବେଲଟିକିରି ସେଲଟର ହୋମ ନିର୍ୟ୍ୟାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ଫୟାଜ ରେହମାନ ଓରଫ ଡାଡ଼ିଙ୍କ ଜାମିନ ପୁଣି ଥରେ ଖାରଜ ହୋଇଛି । ଏହା ସହ ଉଦିତ୍ କୁମାର ଲିମାଙ୍କ ଜାମିନ ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି। ବେଆଇନ ଭାବେ ପରିଚାଳିତ ସେଲଟର ହୋମର ମୁଖ୍ୟ ଫୟାଜଙ୍କ ଜାମିନ ଆବେଦନ ପୂର୍ବରୁ ମଧ୍ୟ ଖାରଜ ହୋଇସାରିଛି ।ବେଲଟିକିରି ସେଲଟର ହୋମ ନିର୍ୟ୍ୟାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ଫୟାଜ ରେହମାନଙ୍କ ସହ ଏହି ମାମଲାର ଅନ୍ୟଜଣେ ଅଭିଯୁକ୍ତ ଉଦିତ୍ ଉମାର ଲିମାଙ୍କ ଜାମିନ ଆବେଦନ ଆଜି ହାଇକୋର୍ଟରେ ହୋଇଥିଲା । କୋର୍ଟ ଏହାର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି । ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଥିବା ଆଶଙ୍କାରେ ଦୁହିଁଙ୍କ ଜାମିନକୁ ଖାରଜ କରାଯାଇଥିବା ମାନ୍ୟବର କୋର୍ଟ କହିଛନ୍ତି । ।ଉଲ୍ଲେଖଯୋଗ୍ୟ ଯେ , ଗୁଡ୍ ନ୍ୟୁଜ୍ ଅଫ୍ ଇଣ୍ଡିଆ ସଂସ୍ଥା ଦ୍ୱାରା ପରିଚାଳିତ ସେଲଟର ହୋମରେ ଧର୍ମାନ୍ତରୀକରଣ ଓ ଅନ୍ତେବାସୀଙ୍କୁ ଯୌନ ନିର୍ୟ୍ୟାତନା ଦିଆଯାଉଥିଲା। ଏହି ଆଧାରରେ ଅନୁଷ୍ଠାନର ଅଧ୍ୟକ୍ଷ ଫୟାଜ ରେହେମାନଙ୍କୁ ପୋଲିସ ଗିରଫ କରିଥିଲା। ଢେଙ୍କାନାଳ ପୋଲିସ ତାଙ୍କୁ ଗିରଫ ପରେ ରିମାଣ୍ଡରେ ନେଇଥିଲା। ରିମାଣ୍ଡ ଅବଧି ଶେଷ ହେବା ପରେ ରେହମାନଙ୍କୁ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲକୁ ପଠାଇଥିଲା।