ରାଜ୍ୟ

ବେଲଟିକିରି ସେଲ୍ଟର ହୋମ୍ ସିଲ, ଅନ୍ୟ ସ୍ଥାନରେ ଚଢ଼ାଉ

Published

on

ଢ଼େଙ୍କାନାଳ ୨/୧୨ : ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା କମିଟି ପକ୍ଷରୁ ରବିବାର ଢ଼େଙ୍କାନାଳ ବେଲଟିକିରିସ୍ଥିତ ଗୁଡ଼୍ ନିଉଜ୍ ଇଣ୍ଡିଆ ଡ୍ରିମ୍ସ ସେଂଟରର ସେଲ୍ଟର ହୋମ୍କୁ ସିଲ୍ କରିଦିଆଯାଇଛି । ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା କମିଟିର ଅଧିକାରୀମାନେ ସେଠାରେ ପହଂଚି ସେଲ୍ଟର ହୋମ୍ରେ ତାଲା ପକାଇ ଦେଇଛନ୍ତି । ସେଠାକାର ଅନ୍ତେବାସୀ ଓ କର୍ମଚାରୀମାନଙ୍କୁ ଅନ୍ୟ ସ୍ଥାନରେ ଥିବା ସରକାରୀ ସେବାଶ୍ରମକୁ ସ୍ଥାନାନ୍ତର କରାଯାଇଛି । ତେଣ ଗଜପତି ଓ ବରଗଡ଼ ଜିଲ୍ଲାରେ ଥିବା ଗୁଡ଼୍ ନିଉଜ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ଅନ୍ୟ ଏକ ସେଲ୍ଟର ହୋମ୍ ଉପରେ ଚଢ଼ାଉ କରାଯାଇଛି ।
ରବିବାର ଦିନ ବିଜେପିର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ବେଲଟିକିରିରେ ପହଂଚି ସେଠାକାର ଅନ୍ତେବାସୀଙ୍କ ପ୍ରତି ହୋଇଥିବା ଅସଦାଚରଣ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ତେବେ ସେମାନଙ୍କୁ ସେଲ୍ଟର ହୋମ୍କୁ ଛଡ଼ାଯାଇନଥିବାରୁ ଏହି ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭଟି ଏହାର ପ୍ରତିବାଦ କରିଛନ୍ତି । ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ବାଲିଟିକିରି ଯାଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version