ଗୁଆହାତୀ: ଆସାମର ନବ ଗଠିତ ହିମନ୍ତ ବିଶ୍ୱ ଶର୍ମାଙ୍କ ସରକାର ବେଶୀ ଦିନ ଚାଲିବ ନାହିଁ। ସରକାର ଆଗାମୀ ଦୁଇ ବର୍ଷ ଭିତରେ ଭାଙ୍ଗି ଯିବ।
ଜ୍ୟୋତିଷମାନଙ୍କ ଗଣନା ଯଦି ଠିକ ହୁଏ ତାହେଲେ ଜୁଲାଇ ୨୦୨୨ ଏବଂ ଜୁନ ୨୦୨୩ ଭିତରେ ସରକାର ଭାଙ୍ଗିଯିବ।
ହିମନ୍ତ ବିଶ୍ଵ ଶର୍ମା ଗତ ମେ ୧୦ ତାରିଖ ଅପରାହ୍ନ ୧୨. ୦୬ ମିନିଟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ମୁହୂର୍ତ୍ତକୁ ଗଣନାକୁ ନେଲେ ଜଣା ଯାଉଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେବାଲ ତାଙ୍କର କ୍ଷମତା ପାଇଁ କାଳ ହେବେ। ଚଳିତ ବର୍ଷ ଡିସେମ୍ବର ବେଳକୁ ଦୁହିଁଙ୍କ ଭିତରେ ମତଭେଦ ଦେଖାଦେବ। ସରକାରରେ ଦୁଇଟି ପରସ୍ପର ବିରୋଧି ଗୋଷ୍ଠୀ ମୁଣ୍ଡ ଟେକିବ।
ଡିସେମ୍ବର ୨୦୨୧ ଏବଂ ଜୁଲାଇ ୨୦୨୨ ଭିତରେ ସରକାର କୁପରିଚାଳନା ଓ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ବଦନାମ ହେବାର ସମ୍ଭାବନା ରହିଛି।
ଅନ୍ୟ ପକ୍ଷରେ ସୋନେଵାଲଙ୍କ ଗୋଷ୍ଠୀ ଏବଂ ତାଙ୍କର ସହଯୋଗୀମାନେ ବିରୋଧୀଦଳ ସହ ମିଶି ଜୁଲାଇ ୨୦୨୨ ଏବଂ ଜୁନ ୨୦୨୩ ଭିତରେ ସରକାର ଭଙ୍ଗିବାକୁ ଷଡ଼ଯନ୍ତ୍ର କରି ସଫଳ ହେବାର ସମ୍ଭାବନା ରହିଛି ବୋଲି ଜ୍ୟୋତିଷମନେ ପୂର୍ବାନୁମାନ କରିଛନ୍ତି।
ଆସାମରେ ବିଜେପି ଏଥରର ନିର୍ବାଚନରେ ୬୦ ଆସନ ପାଇ ଏହାର ସହଯୋଗୀ ଆସାମ ଗଣ ପରିଷଦର ୯ଜଣ ଏବଂ ୟୁପିପିଏଲର ୬ଜଣ ବିଧାୟକଙ୍କୁ ନେଇ ନର୍ଥ ଇଷ୍ଟରନ ଡେମୋକ୍ରାଟିକ ଆଲାଏନ୍ସ ବ୍ୟାନରରେ ସରକାର ଗଠନ କରିଛି।
ଗତଥର ବିଜେପି ସର୍ବାନନ୍ଦ ସୋନେବାଲଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। କଂଗ୍ରେସରୁ ଆସିଥିବା ହିମନ୍ତ ବିଶ୍ଵ ଶର୍ମାଙ୍କୁ ସରକାରରେ ଅର୍ଥଭଳି ଗୁରୁତ୍ୱପୂର୍ଣ ବିଭାଗର ମନ୍ତ୍ରୀପଦ ମିଳିଥିଲା।
ବର୍ତ୍ତମାନ ବାହାର ଦଳରୁ ଆସିଥିବା ସୋନେବାଲ ଏବଂ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ଘଟଣାରେ ବିଜେପିର ମୂଳ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସ୍ୱାଭାବିକ।