ରାଜନୀତି

ବୈଠକ ଅଧାରୁ ଉଠି ଚାଲିଆସିଲେ ନରସିଂହ

Published

on

ବଲାଙ୍ଗିର ୧୧/୧ : ବଲାଙ୍ଗିରରେ ଶୁକ୍ରବାର ଆମ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଧାରୁ ଉଠି ଚାଲି ଆସିଛନ୍ତି । କାର୍ଯ୍ୟକ୍ରମ ଆରମ୍ଭ ହେବାର କିଛିସମୟ ପରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ବିଜେଡ଼ି ସପକ୍ଷରେ ସ୍ଲୋଗାନ ଦେଇଥିଲେ । ଶ୍ରୀ ମିଶ୍ର ଏହାର ଦୃଢ଼ ପ୍ରତିବାଦ କରିଥିଲେ ହେଁ କୋ÷ଣସି ସୁଫଳ ମିଳିନଥିଲା । ଏହି ସରକାରୀ କାର୍ଯ୍ୟକ୍ରମରେ ବିଜେଡ଼ି ନିଜ ପ୍ରଜାର କରୁଛି ବୋଲି ଅଭିଯୋଗ କରି ଶ୍ରୀ ମିଶ୍ର ବୈଠକ ଅଧାରୁ ଉଠି ଚାଲିଆସିଥିଲେ । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ଏହି ଘଟଣାର ଦୃଢ଼ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ସରକାରୀ କାର୍ଯ୍ୟକ୍ରମରେ ବିଜେଡ଼ିର ଏ ପ୍ରକାର ପ୍ରଚାର ଗଣତାନ୍ତ୍ରିକ ବ୍ୟବସ୍ଥାର ପରିପନ୍ଥୀ ।

Leave a Reply

Your email address will not be published. Required fields are marked *

Trending

Exit mobile version