କେନ୍ଦୁଝର ୨୭/୩ : ବୈତରଣୀ ନଦୀରେ ବୁଡ଼ି ଦୁଇ ସର୍ମ୍ପକୀୟ ଭାଇଙ୍କ ମୃତ୍ୟୁ ଘଟିଛି । ମୃତ ରୁଦ୍ର ନାରାୟଣ ଓଝା ଓ ଶୁଭ ପ୍ରକାଶ ସୁତାରା ଗାଧୋଇବାବେଳେ ବୁଡ଼ି ଯାଇଥିଲେ । କେନ୍ଦୁଝର ବୈତରଣୀ ନଦୀର କୋଡ଼ପଡ଼ା ଘାଟକୁ ଦୁଇ ସର୍ମ୍ପକୀୟ ଯାଇଥିଲେ । ସେଠାରେ ଗାଧୋଇବାବେଳେ ଦୁଇ ସମ୍ପର୍କୀୟ ଭାଇ ରୁଦ୍ର ନାରାୟଣ ଓଝା ଓ ଶୁଭ ପ୍ରକାଶ ସୁତାରାଙ୍କ ଗୋଡ଼ ଖସିଯାଇଥିଲା । ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି । ମୃତ ଦୁଇ ସମ୍ପର୍କୀୟ ଭାଇଙ୍କ ମଧ୍ରୁ ଜଣଙ୍କ ବୟସ ୧୬ ଓ ଅନ୍ୟ ଜଣ ୬ ବର୍ଷ । ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ବୈତରଣୀ ନଦୀରୁ ଦୁଇ ଭାଇଙ୍କ ମୃତ ଦେହ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।