କଟକ ୨/୪ : ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ବୋମା ଓ ଲଙ୍କା ଗୁଣ୍ଡ ଫିଙ୍ଗି ଦୁଇ ଦୁର୍ବୃତ୍ତଙ୍କ ଲୁଟ ଉଦ୍ୟମ ପଣ୍ଡ ହୋଇଛି। ଏହି ଘଟଣା କଟକ ସିଡିଏର ପେଟନାଳ ରାସ୍ତାରେ ଘଟିଛି। ସଚନା ମୁତାବକ, କଟକ ସିଡିଏ ପେଟନାଳ ରାସ୍ତାରେ ଜଣେ ପେଟ୍ରୋଲ ପମ୍ପ ମ୍ୟାନେଜର ୧୬ଲକ୍ଷ ଟଙ୍କା ନେଇ ଯାଉଥିଲେ । ସେହି ସମୟରେ ଦୁଇଜଣ ଦୁର୍ବୃତ୍ତବାଇକରେ ଆସି ବୋମାମାଡ଼ ସହ ଲଙ୍କାଗୁଣ୍ଡ ପକାଇ ଲୁଟ ଉଦ୍ୟମ କରିଥିଲେ । କିନ୍ତୁ ମ୍ୟାନେଜରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିବାରୁ ସେମାନଙ୍କ ଲୁଟ ଉଦ୍ୟମ ପଣ୍ଡ ହୋଇଛି । ଏହି ଘଟଣାର ଥାନାରେ ଏତଲା ପରେ ପୋଲିସ ଛାନଭିନ ଆରମ୍ଭ କରିଛି ।