କୋଣାର୍କ ୩୧/୧୨ : କୋଣାର୍କ ନିକଟରେ ସୋମବାର ଏକ ନାରକୀୟ କାଣ୍ଡ ଘଟିଛି । କେତେଜଣ ଦୁର୍ବୃତ୍ତ ସ୍ଥାନୀୟ ମୁର୍ଦ୍ଧନପୁର ଗାଁରେ ପଶି ପିଣ୍ଡାରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ବୋଲ୍ଡର ମାରି ହତ୍ୟା କରିଛନ୍ତି । ଏହି ବ୍ୟକ୍ତିଜଣକ ହେଉଛନ୍ତି ୫୨ ବର୍ଷ ବୟସ୍କ ସୁରେନ୍ଦ୍ର ବେହେରା । ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାରେ ହଠାତ୍ କାହାରିକୁ ଗିରଫ କରାଯାଇନାହିଁ ।