ଅପରାଧ

ବୋହୂକୁ ହାତଗୋଡ଼ ବାନ୍ଧି ଜାଳିଦେଲେ

Published

on

କେନ୍ଦ୍ରାପଡ଼ା ୩/୧୨ : ମାର୍ଶାଘାଇ ଅଂଚଳର ବାଲିସୁଆଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଯୋ÷ତୁକ ଦାବିରେ ବୋହୂକୁ ଶାଶୁ ଓ ୩ ନଣନ୍ଦ ନିଆଁ ଲଗାଇ ହତ୍ୟା କରିଛନ୍ତି । ଶାଶୁ ଓ ନଣନ୍ଦମାନେ ଗତ ରବିବାର ରାତିରେ ବୋହୂ ଭାରତୀ ସ୍ୱାଇଁଙ୍କୁ ବାନ୍ଧି କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତି କରାଯାଇଥିଲା । ତେବେ ସେ କେତେଘଂଟା ପରେ ପ୍ରାଣ ହରାଇଥିଲେ । ଶାଶୁ ଓ ନଣନ୍ଦ ତାଙ୍କୁ ଜାଳି ଦେଇଛନ୍ତି ବୋଲି ମୃତ୍ୟୁକାଳୀନ ଜମାନବନ୍ଦୀରେ କହିଛନ୍ତି । ତେବେ ଘଟଣାବେଳେ ସ୍ୱାମୀ ଓ ଶ୍ୱଶୁର ଘରେ ନଥିଲେ । ପୋଲିସ ଶାଶୁ ଓ ଦୁଇ ନଣନ୍ଦକୁ ପଚରାଉଚରା କରୁଥିବାବେଳେ ଅନ୍ୟଜଣେ ନଣନ୍ଦ ଫେରାର ହୋଇଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version