ପୁରୀ ୧୪/୧ : ବ୍ରହ୍ମ ବିଭ୍ରାଟ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୯ଜଣ ସେବାୟତଙ୍କୁ ନୋଟିସ ଜାରି କରାଯାଇଛି । ଗତ ବର୍ଷ ନଭେମ୍ବର ୧୪ ତାରିଖରେ ଏହି ଦଇତାପତିମାନଙ୍କୁ କୈଫିୟତ ତଲବ କରାଯାଇଥିଲେ ହେଁ, ସେମାନଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ି ଅନ୍ୟମାନଙ୍କ ଉତ୍ତର ସନ୍ତୋଷଜନକ ନଥିଲା । ଫଳରେ ଏହି ଦଇତାପତି ସେବକମାନଙ୍କୁ ପୁଣିଥରେ ନୋଟିସ ଜାରି କରାଯାଇ ୧୫ ଦିନ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତର ସନ୍ତୋଷଜନକ ନହେଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
ତେଣେ ନୀତି ବିଳମ୍ବକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଏଣିକି ନୀତିକାନ୍ତିରେ ୧୫ ମିନିଟ୍ ବିଳମ୍ବ ଘଟିଲେ ଏକ ଚତୁର୍ଥାଂଶ ପାଳିଆ ପୁରସ୍କାର କଟାଯିବ । ୩୦ ମିନିଟ ବିଳମ୍ବ ପାଇଁ ଅଧା ଓ ୧ ଘଣ୍ଟା ବିଳମ୍ବ ପାଇଁ ସମ୍ପୂର୍ଣ୍ଣ ପାଳିଆ ପୁରସ୍କାର କାଟି ଦିଆଯିବ ।