କଟକ ୨୪/୧୨ : କଟକ ଜିଲ୍ଲା ସଦାନନ୍ଦପୁର ଗ୍ରାମରୁ ଅବକାରୀ ବିଭାଗ ଅଧିକାରୀମାନେ ୧୫୫ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛନ୍ତି । ଜବତ ବ୍ରାଉନସୁଗାରର ମୂଲ୍ୟ ଅତିକମ୍ରେ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ବାଲେଶ୍ୱର ଅବକାରୀ ବିଭାଗ କର୍ମକର୍ତ୍ତାମାନେ କୋ÷ଣସି ସୂତ୍ରରୁ ଖବରପାଇ ସଦାନନ୍ଦପୁର ଗ୍ରାମରେ ଚଢ଼ାଉ କରି ଅବଦୁଲ୍ ଫରିତ ଖାଁ ନିକଟରୁ ୧୫୫ ଗ୍ରାମ୍ ବ୍ରାଉନସୁଗାର ଜବତ କରିଥିଲେ । ପୋଲିସ ତାକୁ ଗିରଫ କରି ପଚରାଉଚରା ଚଲାଇଛି ।