ଅପରାଧ

ବ୍ରାଉନ୍ ସୁଗାର ଜବତ : ୩ ଗିରଫ

Published

on

ବାଲେଶ୍ୱର ୩୧/୩ : ବାଲେଶ୍ୱରର ଜଳେଶ୍ୱର ଠାରେ ଅବକାରୀ ବିଭାଗ ଚଢଉ କରି ୧୨୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି । ରବିବାର ଭୋର୍‌ ସକାଳୁ ଜଳେଶ୍ୱର ଅଞ୍ଚଳରେ ଚଢଉ କରି ଅବକାରୀ ବିଭାଗକୁ ଏହି ସଫଳତା ମିଳିଛି । ଅବକାରୀ ବିଭାଗର ସୂଚନା ଅନୁଯାୟୀ ଖବର ପାଇ ରବିବାର ଭୋର୍‌ ସକାଳୁ ଜଳେଶ୍ୱର ଅଞ୍ଚଳରେ ଚଢଉ କରାଯାଇଥିଲା । ଏହି ଚଢଉ ପରେ ୧୨୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି । ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଅଧିକ ବୋଲି ଅନୁମାନ କରାଯାଉଛି । ଏଥିସହିତ ୩ ଜଣ ବ୍ରାଉନ୍ ସୁଗାର ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଅବକାରୀ ବିଭାଗ ଖୋଳତାଡ୍ ଆରମ୍ଭ କରିଥିବା ବେଳେ ଏହି ବ୍ରାଉନ୍ ସୁଗାର ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଚାଲାଣ ହେଉଥିଲା ବୋଲି ଜଣା ପଡିଛି । ଗିରଫ କରାଯାଇଥିବା ୩ ବେପାରିଙ୍କୁ ପଚରା ଉଚରା କରି ଛାନ୍‌ଭିନ ଆରମ୍ଭ କରିଛି ଅବକାରୀ ବିଭାଗ । ଏହାର ବହୁତ ବଡଗ୍ୟାଙ୍ଗ ଲିଙ୍କ ରହିଥିବା ସନ୍ଦେହ କରୁଛି ଅବକାରୀ ବିଭାଗ ।

Leave a Reply

Your email address will not be published. Required fields are marked *

Trending

Exit mobile version