ଭୁବନେଶ୍ୱର ୧୭/୪ : ହଳଦିପଡିଆ ବସ୍ତିରୁ ଆଜି ପୁଣି ବ୍ରାଉନସୁଗାର ଜବତ କରିଛି । ଧଳା ଜହରର ଆଡ୍ଡା ଭାବେ ପରିଚିତ ଏହି ଅଂଚଳରୁ ପୁଣି ୨୦ ଗ୍ରାମର ବ୍ରାଉନସୁବାଗ ଜବତ ହୋଇଛି । ସୂଚନା ମୁତାବକ, ଲକ୍ଷ୍ମୀସାଗର ହଳଦିପଡିଆ ବସ୍ତିରେ ଅନେକ ସମୟରେ ବେଆଇନ ବ୍ରାଉନସୁଗାର କାରବାର ହୋଇଥାଏ । ଏପରିକି ଅନେକ ଥର ଚଢାଉ ହୋଇ ବ୍ରାଉନସୁଗାର ଜବତ ମଧ୍ୟ ହୋଇଛି । ଆଜି ପୁଣି ପୋଲିସ ଏହି ବସ୍ତିରେ ଚଢାଉ କରି ୨୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏହି ବେଆଇନ କାରବାର ଚଳାଇଥିବା ଅଭିଯୋଗରେ ଦିଲ୍ଲୀପ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ପୋଲିସ ସହ ଅବକାରୀ ବିଭାଗ ଏବଂ ଫ୍ଲାଇଂ ସ୍କ୍ୱାର୍ଡ ଏହି ଚଢାଉରେ ସାମିଲ ଥିଲେ ।