ରାଜ୍ୟ

ବ୍ରିଜ ତଳକୁ ଖସିଲା ବାଇକ୍ : ୩ ମୃତ

Published

on

ନୂଆପଡ଼ା ୯/୧ : ଯାତ୍ରା ଦେଖିବାକୁ ଯାଇ ଅଉ ଘରକୁ ଫେରିଲେନି ୩ ସାଙ୍ଗ । ଘରକୁ ଫେରିବା ବେଳେ ବାଇକ ସହ ବ୍ରିଜ ତଳକୁ ଖସି ପ୍ରାଣ ହରାଇଲେ ସମସ୍ତେ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜୋଙ୍କ ଥାନା ଅନ୍ତର୍ଗତ ଦର୍ଲିମୁଣ୍ଡା ଗ୍ରାମରେ । ଏହି ଗ୍ରାମର ୩ଜଣ ଯୁବକ ଧନୁଯାତ୍ରା ଦେଖିବା ପାଇଁ ମଙ୍ଗଳବାର ରାତିରେ ନୂଆପଡ଼ା ଯାଇଥିଲେ । ଯାତ୍ରା ଦେଖି ଘରକୁ ଫେରିବା ବେଳେ ପଗାରପାଣି ବ୍ରିଜରେ ବାଇକ ସହ ସେମାନେ ତଳକୁ ଖସି ପଡ଼ିଥିଲେ । ସେତେବେଳେ କେହି ଏହି ଦୁର୍ଘଟଣା ଦେଖିପାରି ନଥିଲେ । ବୁଧବାର ସକାଳେ ସେମାନଙ୍କ ମୃତ ଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version