ନୟାଗଡ଼ ୨/୨ : ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଗୋଛାବାରି ବ୍ରିଜ ତଳେ ବହୁ ପରିମାଣର ଔଷଧ ଫିଙ୍ଗା ଯାଇଥିବା ଘଟଣା ବେଶ୍ ଆଲୋଡ଼ନ ସୃଷ୍ଟି କରିଛି । ଅଳ୍ପ କିଛି ଦୂରରେ ନୂଆଗଡ଼ିଆ ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥିବାରୁ ଏହି କେନ୍ଦ୍ରର ଅବ୍ୟବହୃତ ଔଷଧ ସେଠାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । କେତେକ ଔଷଧର ଏକ୍ସପ୍ୟାରି ଡେଟ ଚାଲି ଯାଇଥିବାବେଳେ ଆଉ କେତେକ ଔଷଧ ବ୍ୟବହାର ଯୋଗ୍ୟ ଅବସ୍ଥାରେ ରହିଛି । ଏସବୁ ଔଷଧ ରୋଗୀଙ୍କୁ କାହିଁକି ଦିଆନଯାଇ ସେଠାରେ ଫିଙ୍ଗାଗଲା ସେ ନେଇ ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।