ସୁନ୍ଦରଗଡ଼ ୨୧/୧୨ : କିଛି ଦୁର୍ବୃତ୍ତ ଗୁଳିମାଡ଼ କରି ବିଜେପୁର ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ କରିଥିଲେ ହେଁ ତାହା ବିଫଳ ହୋଇଛି । ଦୁର୍ବୃତ୍ତମାନେ ବ୍ୟାଙ୍କରେ ପଶି ସିଧା ମ୍ୟାନେଜରଙ୍କ ପ୍ରକୋଷ୍ଠକୁ ଯାଇଥିଲେ । ଆକାଉଂଟ ଖୋଲିବେ ବୋଲି କହି ଜଣେ ଲୁଟେରା ମ୍ୟାନେଜର ସହ କଥାବାର୍ତ୍ତା କରୁଥିବା ବେଳେ ଅନ୍ୟ ଜଣେ ଲୁଟେରା ପିସ୍ତଲ ଦେଖାଇ ଚାବି ମାଗିଥିଲା । ତେବେ ମ୍ୟାନେଜର ସେମାନଙ୍କ ମୁକାବିଲା କରିବାରୁ ଡକାୟତ ଜଣକ ଗୁଳି ଚଳାଇଥିଲା । ଗୁଳି ମାଡ଼ରେ ବ୍ୟାଙ୍କ ମ୍ୟାନେଜର କୈଳାଶ ଦୋରା ଗୁରୁତର ଆହତ ହୋଇଛନ୍ତି । ତାଙ୍କ ପେଟ ଓ ଜଂଘରେ ୩ଟି ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।