Sports

ବ୍ୟାଡମିଣ୍ଟନ କିମ୍ବଦନ୍ତୀ ଖେଳାଳୀ ଗୋପୀଚାନ୍ଦ ସିଏଜି ମୁର୍ମୁଙ୍କୁ ଦେବେ ପରାମର୍ଶ

Published

on

ନୂଆଦିଲ୍ଲୀ: ବ୍ୟାଡମିଣ୍ଟଟନ କିମ୍ବଦନ୍ତୀ ଖେଳାଳୀ ପୁଲେଲା ଗୋପିଚାନ୍ଦଙ୍କୁ ଏବେ ସିଏଜି ଗିରିଶ ମୁର୍ମୁଙ୍କର ପରାମର୍ଶଦାତା ଭୂମିକାରେ ଦେଖିବାକୁ ମିଳିବ।ଗୋପିଚାନ୍ଦ ବ୍ୟାଡମିଣ୍ଟନ ଖେଳ ସମ୍ପର୍କରେ ନୁହଁ ବରଂ ଅଡିଟ ବିଷୟରେ ପରାମର୍ଶ ଦେବେ।

ପ୍ରକୃତରେ କେନ୍ଦ୍ର ସରକାର ସିଏଜିଙ୍କୁ ପରାମର୍ଶ ଦେବାକୁ ଏକ ଦଶ ଜଣିଆ ଅଡ଼ିଟ ଆଡ଼ଭାଇଜରି ବୋର୍ଡ ଗଠନ କରିଛନ୍ତି। ଏହି ବୋର୍ଡ଼ ରେ ଗୋପିଚାନ୍ଦଙ୍କୁ ସଦସ୍ୟ ଭାବେ ନିଆ ଯାଇଛି। ବୋର୍ଡ଼ରେ ଇନଫୋସିସର ପ୍ରତିଷ୍ଠାତା ସଦସ୍ୟ ନନ୍ଦନ ନିଲକନି, ଅବସରପ୍ରାପ୍ତ ବିଚାରପତି ବି ଏନ ଶ୍ରୀ କ୍ରୀଶନ ଓ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରୀଙ୍କୁ ମଧ୍ୟ ସଦସ୍ୟ ଭାବେ ନିଅ ଯାଇଛି। ଏହି ବୋର୍ଡ଼ ର କାର୍ଯ୍ୟକାଳ ଦୁଇ ବର୍ଷ ରହିଛି।

Leave a Reply

Your email address will not be published. Required fields are marked *

Trending

Exit mobile version