ଦେଶ ବିଦେଶ

ଭର୍ତ୍ତୃହରିଙ୍କୁ ଭେଟିଲେ ଅଖିଳେଶ

Published

on

ଭୁବନେଶ୍ୱର ୫/୧ : ସମାଜବାଦୀ ପାର୍ଟି ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଭେଟିଛନ୍ତି । ଭର୍ତ୍ତୃହରିଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା । ବିଶେଷ କରି ମହିଳାଙ୍କ ପାଇଁ ବ୍ୟବସ୍ଥାପକ ସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବିଜେଡ଼ି ଉଠାଇଥିବା ଦାବି ସମ୍ପର୍କରେ ଦୁହେଁ ଆଲୋଚନା କରିଥିଲେ । ଶ୍ରୀ ମହତାବ ଏହି ଅବସରରେ ମହିଳା ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ପତ୍ର ଶ୍ରୀ ଯାଦବଙ୍କୁ ଦେଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version