Nation

ଭଲରେ କଟିବନି ମମତା ଦିଦିଙ୍କ ତୃତୀୟ ପାଳି

Published

on

କୋଲକତା: ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ସମ୍ପ୍ରତି ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ଲାଭ କରି ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିଛନ୍ତି। ତେବେ ତାଙ୍କର ଏହି ତୃତୀୟ ପାଳିର ସରକାର ପାଇଁ ବହୁ ବାଧାବିଘ୍ନ ଆଗକୁ ରହିଛି ବୋଲି ଜ୍ୟୋତିଷମାନେ ଗଣନାକରି ଭବିଷ୍ୟବାଣୀ ଶୁଣାଇଛନ୍ତି।

ମମତା ବାନାର୍ଜୀ ତୃତୀୟ ପାଳି ସରକାରର ଶପଥ ଗ୍ରହଣ ମୁହୂର୍ତ୍ତ ଥିଲା ମେ ୫ ତାରିଖ ପୂର୍ବାହ୍ନ ୧୦ଟା ୪୬ ମିନିଟ। ମୁହୂର୍ତ୍ତ ମାଙ୍ଗଳିକ ନଥିଲା। ଏଣୁ ସରକାରକୁ ଅନେକ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ହେବ।

ଏହି ମୁହୂର୍ତ୍ତକୁ ନେଇ କରାଯାଇଥିବା ଗଣନାରୁ ସୁଚନା ମିଳୁଛି ଯେ ଚଳିତ ବର୍ଷ ଅଗଷ୍ଟ/ ଅକ୍ଟୋବର/ ନଭେମ୍ବର ମାସରେ ସରକାର ପାଇଁ ଅନେକ ଅଘଟଣ ଘଟିବ। ଏହି ସମୟରେ ମମତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହି ନପାରେ। ଆସନ୍ତା ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଓ ବିରୋଧୀ ବିଜେପି ଦଳ ପକ୍ଷରୁ ସରକାର ଭାଙ୍ଗିବାର ଉଦ୍ୟମ ହେବ। ସେପ୍ଟେମ୍ବର ମାସରେ ଦଳର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହୋଇପାରେ।

ମମତା ଆଗ ଅପେକ୍ଷା ଅଧିକ ଆକ୍ରମଣମୁଖୀ ହେବେ। ଏହା ଫଳରେ ବିରୋଧୀ ଦଳ ସହ ତିକ୍ତତା ବୃଦ୍ଧି ପାଇବ। ଆସନ୍ତା ୨୦୨୩ ମାର୍ଚ୍ଚ ବେଳକୁ ସରକାର ଭାଙ୍ଗି ଯିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Trending

Exit mobile version