ନୟାଗଡ ୫/୬ : ଶରଣକୁଳ ଥାନା ଅନ୍ତର୍ଗତ ଚଢେଇପଲ୍ଲି ଅଂଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସାନଭାଇର କଟୁରୀ ଚୋଟରେ ବଡ ଭାଇର ପ୍ରାଣ ଯାଇଛି । ସୂଚନାନୁସାରେ, ଚଢେଇପଲ୍ଲୀ ଅଂଚଳରେ ଦୁଇ ଭାଇ କୁବେର ସାହୁ ଏବଂ ଧନେଶ୍ୱର ସାହୁ ବସବାସ କରୁଥିଲେ । ତେବେ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ କଳହ ଦେଖିବାକୁ ମିଳେ । ଯାହାକୁ ନେଇ ଅନେକ ଥର ଦୁଇ ଭାଇ ମଧ୍ୟରେ ହାତାହାତି ଯାଏଁ ମଧ୍ୟ କଥା ଯାଇଛି । ତେବେ ଆଜି ଏହା ଉଗ୍ର ରୂପ ଧାରଣ କରିଥିଲା । ଫଳରେ ଧନେଶ୍ୱର ତାଙ୍କ ବଡଭାଇ କୁବେରଙ୍କୁ କଟୁରୀରେ ଆକ୍ରମଣ କରିଥିଲା । ଫଳରେ କୁବେର ପ୍ରାଣ ହରାଇଥିଲେ । ଆକ୍ରମଣ ପରେ ଧନେଶ୍ୱର ଶରଣକୁଳ ଥାନାରେ ଆତ୍ମସମର୍ପଣ କରିଛି ।