ଭାପୁର ୧୩/୪ : ଭାପୁରରେ ଖଣ୍ଡପଡା ବିଜେଡି ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର । ଫତେଗଡରୁ ରୋଡ ସୋ ଆରମ୍ଭ କରି ୨୨ଟି ପଂଚାୟତରେ ନିଜ ସପକ୍ଷରେ ଭୋଟ୍ ମାଗିଛନ୍ତି ସୌମ୍ୟ ରଂଜନ ପଟ୍ଟନାୟକ । ୧୯ ଓ ୨୦ ନମ୍ବର ଜିଲା ପରିଷଦ ଜୋନର ୧୨ଟି ପଂଚାୟତରେ ପ୍ରଚାର କରିଛନ୍ତି । ଶହ ଶହ ସମର୍ଥକଙ୍କ ବିରାଟ ବାଇକ୍ ରାଲିରେ ବାହାରିଥିଲେ ସୌମ୍ୟ ରଂଜନ । ଗାଁ ଗାଁ ବୁଲି ନିଜ ପାଇଁ ଭୋଟ ମାଗିବା ସହ କହିଛନ୍ତି ଖଣ୍ଡପଡାରେ ଏଥର ଏକ ପାଖିଆ ନିର୍ବାଚନ ହେବ । ବହୁ ପଛରେ ରହିବେ ବିରୋଧୀ, ଆଉ ବିଜୟ ଆଣିଦେବେ ଖଣ୍ଡପଡା ବାସୀ ।