ଲଣ୍ଡନ ୧୦/୧୨ : ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ପାଇଁ ଲଣ୍ଡନର ୱେଷ୍ଟ ମିନିଷ୍ଟର କୋର୍ଟ ଅନୁମତି ଦେଇଛନ୍ତି । ଫଳରେ ତାଙ୍କୁ ଭାରତକୁ ଫେରାଇ ଅଣାଯିବା ସମ୍ଭାବନା ଯଥେଷ୍ଟ ଉଜ୍ଜ୍ୱଳ ହୋଇଛି । ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ୍ ଏମା ଏବର୍ଟନଟ୍ ଦେଇଥିବା ଅନୁମତି ସମ୍ବଳିତ ରାୟକୁ ଏବେ ବ୍ରିଟେନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯିବ । ସେଠାରେ ପ୍ରତ୍ୟର୍ପଣର ଅନୁମୋଦନ ପରେ ମାଲ୍ୟାଙ୍କୁ ଭାରତ ଅଣାଯିବ । ତେବେ ସେ ଏହି ରାୟ ବିରୁଦ୍ଧରେ ହାଇକୋର୍ଟ ଯିବାର ସମ୍ଭାବନା ରହିଛି । ମାଲ୍ୟା ଭାରତର ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟିରୁ ଅଧିକ ଋଣ କରି ତାହା ଶୁଝିନଥିଲେ ଏବଂ ଲଣ୍ଡନ ଖସି ପଳାଇଥିଲେ ।