ନୂଆଦିଲ୍ଲୀ: ନବ ବିବାହିତା ଡେନମାର୍କର ପ୍ରଧାନମନ୍ତ୍ରୀ ମିଟି ଫ୍ରେଡିକସନଙ୍କୁ ସ୍ୱାମୀଙ୍କ ସହ ଭାରତ ଆସିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିମନ୍ତ୍ରଣ ଦେଇଛନ୍ତି।
ଭାରତ ଏବଂ ଡେନମାର୍କ ମଧ୍ୟରେ ସୋମବାର ଅନୁଷ୍ଠିତ ଏକ ଦ୍ୱିପାକ୍ଷିକ ବାଣିଜିକ ଶିଖର ସମ୍ମିଳନୀରେ ଉଦବୋଧନ ଦେବା ଅବସରରେ ମୋଦି ଡ଼ାନିସ ପ୍ରଧାନମନ୍ତ୍ରୀ ମିଟିଙ୍କୁ ତାଙ୍କର ବିବାହ ପାଇଁ ଶୁଭ କାମନା ଜଣାଇଥିଲେ। ମୋଦି ମିଟିଙ୍କୁ ତାଙ୍କ ସ୍ୱାମୀଙ୍କୁ ନେଇ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ।
ବୟାଳଶି ବର୍ଷୀୟା ମିଟି ନିକଟରେ ଅର୍ଥାତ ଗତ ଜୁଲାଇ ମାସ ରେ ପଞ୍ଚାବନ ବର୍ଷୀୟ ଫିଲ୍ମ ନିର୍ମାତା ଵୋ ଟେଙ୍ଗବର୍ଗଙ୍କୁ ଵିଵାହ କରିଛନ୍ତି।