ଦେଶ ବିଦେଶ

ଭାରତର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶରେ କଡ଼ା ନିୟମ ହେବା ଉଚିତ : ରାମଦେବ

Published

on

ହରିଦ୍ୱାର ୨୬/୫ : ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶରେ କଡ଼ା ନିୟମ ହେବା ଉଚିତ । କେନ୍ଦ୍ର ସରକାର ଏପରି ନିୟମ ଆଣିବା ଦରକାର ଯଦ୍ୱାରା ଜନସଂଖ୍ୟା ନିୟନ୍ତ୍ରଣ ହୋଇପାରିବ ବୋଲି କହିଛନ୍ତି ଯୋଗଗୁରୁ ବାବା ରାମଦେବ । ତୃତୀୟ ପିଲା ହେଲେ ଲୋକଙ୍କ ଠାରୁ ମତଦାନର ଅଧକାର ଛଡ଼ାଇ ନେବା ଉଚିତ୍ । ସରକାରୀ ସୁବିଧାରୁ ମଧ୍ୟ ସେମାନଙ୍କୁ ବଂଚିତ କରିବା ଉଚିତ୍ । ସରକାର ନିୟମ ନଆଣିଲେ ଜନସଂଖ୍ୟା ନିୟନ୍ତ୍ରଣର ବିକଳ୍ପ ନାହିଁ ।
ହରିଦ୍ୱାରରେ ରାମଦେବ କହିଛନ୍ତି, ଆଗାମୀ ୫୦ ବର୍ଷରେ ଭାରତର ଜନସଂଖ୍ୟା ୧୫୦ କୋଟିରୁ ଅଧିକ ହୋଇଯିବ । ଆଉ ଏଥିରୁ ଅଧିକ ହେଲେ ହେଲେ ଲୋକେ ହଇରାଣ ହେବେ । ତେବେ ସରକାର ଚାହିଁଲେ କିମ୍ବା କିଛି କଡ଼ା ନିୟ ଆଣିଲେ ହିଁ ଏପରି ସମ୍ଭବ ହୋଇପାରିବ । ଏହାସହ ପୁରା ଦେଶରେ ମଦ କିଣାବିକା ଓ ତିଆରି ଉପରେ ରୋକ ଲଗାଯିବା ଉଚିତ ବୋଲି କହିଛନ୍ତି ରାମଦେବ । ଇସଲାମିକ ଦେଶ ଗୁଡ଼ିକରେ ମଦ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version