ଖେଳ

ଭାରତର ଡବଲ ଧମାକା : ଅଷ୍ଟ୍ରେଲିଆ ଧରାସାୟୀ

Published

on

ମେଲବୋର୍ଣ୍ଣ ୧୮/୧ : ନିକଟରେ ଅଷ୍ଟ୍ରେଲିଆକୁ ୨-୧ରେ ହରାଇ ଭାରତ ଟେଷ୍ଟ ସିରିଜ ବିଜୟୀ ହୋଇଥିବାବେଳେ ଆଜି ମଧ୍ୟ ସମ ବ୍ୟବଧାନରେ ଏକ ଦିବସୀୟ ସିରିଜ ଜିତି ନେଇଛି । ଅଷ୍ଟେଲିଆ ମାଟିରେ ଭାରତ ପାଇଁ ଏହା ହେଉଛି ଯୁଗ୍ମ ସଫତଳା । ପୂର୍ବରୁ କେବେ ଅଷ୍ଟ୍ରେଲିଆରେ ଭାରତକୁ ଏଭଳି ଶ୍ରେୟ ମିଳିନଥିଲା । ଏଠାରେ ଅନୁଷ୍ଠିତ ତୃତୀୟ ତଥା ଶେଷ ଏକ ଦିବସୀୟ ମ୍ୟାଚରେ ଭାରତ ଟସ ଜିତି ପ୍ରତିପକ୍ଷକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ଯଜୁବେନ୍ଦ୍ର ଚହଲଙ୍କ ଯାଦୁକରୀ ସ୍ପିନରେ ଅଷ୍ଟ୍ରଲିଆ ବ୍ୟାଟ୍ସମ୍ୟାନମାନେ ଗୋଟିକ ପରେ ଗୋଟିଏ ପ୍ୟାଭିଲିଅନ ଫେରିଥିଲେ । ଫଳରେ ଅଷ୍ଟ୍ରେଲିଆ ୪୮.୪ ଓଭରରେ ମାତ୍ର ୨୩୦ ରନ କରି ଅଲଆଉଟ ହୋଇଯାଇଥିଲା । ଏହାର ଜବାବରେ ଭାରତ ୪୯.୨ ଓଭରରେ ମାତ୍ର ୩ ୱିକେଟ ହରାଇ ୨୩୪ ରନ କରିଥିଲା । ମହେନ୍ଦ୍ର ସିଂ ଧୋନୀ ଓ କେଦାର ଯାଦବ ଦମଦାର ବ୍ୟାଟିଂ କରି ଭାରତକୁ ବିଜୟୀ କରାଇଥିଲେ । ଧୋନୀ ୮୭ ରନ ଓ ଯାଦବ ୬୧ ରନରେ ନଟଆଉଟ ରହିଥିଲେ । ଚହଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାରରେ ସମ୍ମାନିତ କରାଯାଇଥିବାବେଳେ ଧୋନୀ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version