ଦେଶ ବିଦେଶ

ଭାରତର ୨ୟ ସର୍ଜିକାଲ ଷ୍ଟ୍ରାଇକ୍:୩୦୦ ଆତଙ୍କବାଦୀ ନିପାତ

Published

on

ନୂଆଦିଲ୍ଲୀ,26/02: ପୁଲଓ୍ଵାମା ଆକ୍ରମଣର ଜବାବ ଭାରତ ଦେଇଛି। ଗତକାଲି ମଧ୍ୟରାତ୍ରରେ ଭାରତୀୟ ବାୟୁସେନାର ଏକାଧିକ ବିମାନ ଭାରତ-ପାକ୍‌ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ମାଡ଼ କରିଛନ୍ତି । ଏହି ଆକାଶୀ ଆକ୍ରମଣରେ ପାକ୍‌ ସୀମା ଭିତରେ ଥିବା ଆତଙ୍କବାଦୀ କ୍ୟାମ୍ପ୍‌ଗୁଡ଼ିକ ଧ୍ୱଂସ ପାଇଛି।  ପିଓକେରେ ରାତି ଅଧିଆ ବୋମାମାଡ଼ରେ ପାକିସ୍ତାନରେ କମ୍ପନ ସୃଷ୍ଟି ହୋଇଛି । ଜୈଶ-ଇ-ଅହମ୍ମଦର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ଦିଆଯାଇଛି । ରାତି ପ୍ରାୟ ସାଢେ଼ ୩ଟାରେ ଭାରତୀୟ ବାୟୂସେନାର ୧୨ଟି ମିରାଜ-୨୦୦୦ ଘନଘନ ବୋମାମାଡ଼ କରିବାରୁ ପ୍ରାୟ ୩୦୦ ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରାୟ ୧ ହଜାର କେଜିରୁ ବୋମାମାଡ଼ ହୋଇଥିବା ଜାଣିବାକୁ ମିଳିଛି । ଆକ୍ରମଣକୁ ପାକିସ୍ତାନ ପକ୍ଷରୁ ମଧ୍ୟ ସ୍ୱୀକାର କରାଯାଇଛି । ବାଲାକୋଟ, ଚାକୋଠି ଓ ମୁଜାଫରବାଦରେ ଆତଙ୍କବାଦୀ ଶିବିର ଧ୍ୱଂସ ହେବା ସହ କଂଟ୍ରୋଲ ରୁମ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି । ଭାରତୀୟ ସେନାର ଏଭଳି ଆକ୍ରମଣରେ ପାକିସ୍ତାନ ଭୀତତ୍ରସ୍ତ ହୋଇପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଥିବାବେଳେ ବିରୋଧୀ କଂଗ୍ରେସ ଆକ୍ରମଣକୁ ସ୍ୱାଗତ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version