ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅକ୍ଟେବର ୨ ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ଶୃଙ୍ଗଳା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ ଝଟକା । ଦଳର ପ୍ରମୁଖ ଦ୍ରୃତ ବୋଲର ଯଶପ୍ରୀତ ବୁମରାଙ୍କ ଅଣ୍ଟାରେ ଆଘାତ ଲାଗିବାରୁ ସେ ଟେଷ୍ଟ ଶୃଙ୍ଖଳାରୁ ବାଦ ପଡିଛନ୍ତି । ତାଙ୍କ ବଦଳରେ ଦ୍ରୃତ ବୋଲର ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ବିସିସିଆଇ ଟ୍ୱିଟ କରି ଏହା ସୂଚନା ଦେଇଛି । ତେବେ କେଉଁଥି ପାଇଁ ତାଙ୍କ ଅଣ୍ଟାରେ ଆଘାତ ଲାଗିଛି ତାହା ଜଣା ପଡିନାହିଁ । କିନ୍ତୁ ସାଧାରଣତଃ ଏହି ପରି ଆଘାତ ବୋଲିଙ୍ଗ କରିବା କାରଣରୁ ଲାଗିଥାଏ । ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକାରେ ପଦାର୍ପର କରିବା ଦିନରୁ ଏପର୍ଯ୍ୟନ୍ତ ସେ ମୋଟ ୩ଟି ମ୍ୟାଚ ଖେଳି ପାରି ନାହାନ୍ତି ।