ରାଜ୍ୟ

ଭାରତୀୟ ପୋଲିସ ହକି ଦଳରେ ଓଡ଼ିଶାର ୪ ଖେଳାଳି

Published

on

ଭୁବନେଶ୍ୱର ୨୦/୧୨ : ଭାରତୀୟ ପୋଲିସ ହକି ଦଳରେ ଓଡ଼ିଶା ପୋଲିସର ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଏହି ଖେଳାଳିମାନେ ହେଲେ ରୋଶନ ବାହାଲା, ବିକାଶ ବାର୍ଲା ଓ ବିଜୟ ଲାକ୍ରା । ସେହିପରି ଭାରତୀୟ ପୋଲିସ ହକି ଦଳରେ ଓଡ଼ିଶା ପୋଲିସ ହକି ଟିମ୍ର ପ୍ରଶିକ୍ଷକ ବିରେନ୍ଦ୍ର ଲେଙ୍କାଙ୍କୁ ସହକାରୀ ପ୍ରଶିକ୍ଷକ ରୂପେ ନିଯୁକ୍ତି ଦିଆଯାଇଛି । ଗତ ୧୪ ତାରିଖରେ ପଞ୍ଜାବର ଜଳନ୍ଧର ଠାରେ ଅନୁଷ୍ଠିତ ଚୟନ ଶିବିରରେ ଭାରତୀୟ ଦଳ ପାଇଁ ଓଡ଼ିଶାର ଏହି ୩ ଖେଳାଳିଙ୍କୁ ମନୋନୀତ କରାଯାଇଥିଲା । ଆସନ୍ତା ମାସ ୭ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ନବମ ଜାତୀୟ ବରିଷ୍ଠ ପୁରୁଷ ହକି ପ୍ରତିଯୋଗିତାରେ ଭାରତୀୟ ପୋଲିସ ଦଳ ଅଂଶ ଗ୍ରହଣ କରିବ ।

Leave a Reply

Your email address will not be published. Required fields are marked *

Trending

Exit mobile version