ନୂଆଦିଲ୍ଲୀ ୨୨/୪ : ଅବଜରଭର୍ ରିସର୍ଚ୍ଚ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ‘ବିୟଣ୍ଡ ପଲିଟିକ୍ସ: ଡିବେଟିଙ୍ଗ ଏ ନ୍ୟୁ ସିକୋରିଟି ମେନିଫାଷ୍ଟୋ’ ଆଲୋଚନାରେ ଯୋଗଦେଇଛନ୍ତି ପି. ଚିଦାମ୍ବରମ୍ । ଏହି ଅବସରରେ ସେ କହିଛନ୍ତି ଯେ ଆମେ ଚାହୁଁଛୁ କି ପାକିସ୍ତାନ ନିଜର ଢଙ୍ଗକୁ ବଦଳାଇବାକୁ ପଡ଼ିବ, ଏହାର ଅର୍ଥ ହେଉଛି ପାକିସ୍ତାନ ପ୍ରତି ଭାରତର ବ୍ୟବହାରକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ିବ । ଯଦି ଦୁଇଟି ଦେଶ ପରସ୍ପରକୁ ନିଜର ବିପଦ ବୋଲି କହିବା ଜାରି ରଖିବେ ତାହା ହେଲେ କଦାପି ବନ୍ଧୁତା ସ୍ଥାପନ ହୋଇ ପାରିବ ନାହିଁ ।
ସେହିପରି ଆମେ ଶତ୍ରୁଙ୍କ ଠାରୁ ବଂଚିବ ପାଇଁ ମଜବୁତ ସେନା ତିଆରି କରୁଛୁ ତାହା ନୁହେଁ ଆମେ ଯୁଦ୍ଧରୁ ରକ୍ଷା ପାଇବା ପାଇଁ ତିଆରି କରିଛୁ । ଭାରତ ଓ ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଏକ ନୂଆ ଚିନ୍ତାଧାରାର ଆବଶ୍ୟକତା ରହିଛି । ଏହି ଆଳରେ ସେ ମୋଦୀ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ‘‘ ଜନତା ମଜବୁତ ନେତା, ମଜବୁତ ସରକାର ଏବଂ କଠୋର ନୀତି ଭଳି ଶବ୍ଦଗୁଡ଼ିକ ପ୍ରତି ଆକର୍ଷିତ ହୋଇ ଯାଉଛନ୍ତି ।