ଦେଶ ବିଦେଶ

ଭାରତ-ପାକିସ୍ତାନ ଯୁଦ୍ଧର ଦ୍ଵାର ଦେଶରେ ପହଞ୍ଚି ଯାଇଥିଲେ : ରାୟଟର୍ସର ରିପୋର୍ଟ

Published

on

ନୂଆଦିଲ୍ଲୀ ୧୭/୩ : ଭାରତର ବାଲକୋଟା ଉପରେ ବାୟୁସେନା ଏୟାରଷ୍ଟ୍ରାଇକ କରି ଜୈଶର ଆତଙ୍କୀ ଆଡ୍ଡାକୁ ଧ୍ଵଂସ କରିବା ପରେ ଭାରତ-ପାକିସ୍ତାନ ଯୁଦ୍ଧର ଦ୍ଵାର ଦେଶରେ ପହଞ୍ଚି ଯାଇଥିଲେ। ଦୁଇ ଦେଶ ଜଣେ ଅନ୍ୟ ଜଣକ ଉପରେ କ୍ଷେପଣାସ୍ତ୍ର ମାଡ଼ କରିବାକୁ ଧମକ ଦେଇଥିଲେ। ମାତ୍ର ଆମେରିକାର ହସ୍ତକ୍ଷେପ ପରେ ବଡ଼ ସଂଘର୍ଷ ଟଳି ଯାଇଛି। ଏହି ପରି ଚାଞ୍ଚଲ୍ୟକର ଖୁଲାସା ନ୍ୟୁଜ୍ ଏଜେନ୍ସି ରାୟଟର୍ସ ନିଜର ରିପୋର୍ଟରେ କରିଛି।
ରାୟଟର୍ସ ୫ଟି ସୂତ୍ର ଆଧାରରୁ କହିଛି ଯେ, ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜନ ବୋଲଟନ ସମେତ ୟୁଏସର ଅଧିକାରୀଙ୍କ ହସ୍ତକ୍ଷେପ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବଡ଼ ସଂଘର୍ଷ ଟଳିଯାଇଛି। ରିପୋର୍ଟ ମୁତାବକ ଇସଲାମାବାଦ ଓ ଓ୍ଵାଂଶିଟନ ସ୍ଥିତ ସରକାରୀ ସୂତ୍ର ଅନୁସାରେ ସ୍ଥିତି ଏମିତି ଉପୁଜିଥିଲା ଯେ, ଭାରତ ପାକିସ୍ତାନ ଉପରେ ଅତି କମରେ ୬ କ୍ଷେପଣାସ୍ତ୍ର ମାଡ଼ କରିବାକୁ ଧମକ ଦେଇଥିଲା। ଜବାବରେ ଇସଲାମାବାଦ ମଧ୍ୟ ୩ ଗୁଣାରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିବାକୁ ଧମକ ଦେଇଥିଲା।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ବାଲାକୋଟରେ ଆତଙ୍କୀ ଆଡ୍ଡା ଉପରେ ବାୟୁସେନାର କାର‌୍ୟ୍ୟାନୁଷ୍ଠାନର ପରବର୍ତ୍ତୀ ଦିନ ଫେବୃଆରୀ ୨୭ରେ ଯେବେ ପାକିସ୍ତାନ ଓ ଭାରତର ଲଢୁଆ ବିମାନ ମଧ୍ୟରେ ଲଢେଇ ହୋଇଥିଲା, ସେହି ସମୟରେ ଉତ୍ତେଜନା ଚରମରେ ପହଞ୍ଚିଥିଲା।

Leave a Reply

Your email address will not be published. Required fields are marked *

Trending

Exit mobile version