ଦେଶ ବିଦେଶ

ଭାରତ ସୀମାରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ୍

Published

on

ପଞ୍ଜାବ ୪/୪ : ପଞ୍ଜାବର ଖେମ୍ କରଣ ସେକ୍ଟର ଠାରେ ସୀମା ସୁରକ୍ଷା ବଳ (ବିଏସଏଫ) ଗୋଟାଏ ପାକିସ୍ତାନୀ ଡ୍ରୋନକୁ ଗୁଳି ମାରି ଖସାଇ ଦେଇଛନ୍ତି। ପରେ ପରେ ସୀମାନ୍ତ ଗାଁ ଏବଂ ଆଖପାଖ ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି। ବୁଧବାର ବିଳମ୍ବିତ ରାତ୍ରିରେ ରୋହତକ ଜିଲ୍ଲାର ବିଓପି ଠାରେ ଡ୍ରୋନଟି ଦେଖାଦେଇଥିଲା। ପରେ ପରେ ବିଏସଏଫ ଏହାକୁ ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକ ଚଳାଇ ଖସାଇ ଦେଇଥିଲା। କିନ୍ତୁ, ଡ୍ରୋନଟି ଭାରତ ସୀମା ପଟେ କି, ପାକିସ୍ତାନ ସୀମା ପଟେ ପଡ଼ିଛି ତାହା ଜଣାପଡ଼ି ନାହିଁ। ଗାଁ ସରପଞ୍ଚ ଲଖବୀର ସିଂହଙ୍କ କହିବା ଅନୁସାରେ, ସେ ଡ୍ରୋନଟିକୁ ଦେଖିବା ପରେ ଗୁଳି ମରାଯାଇ ତାହାକୁ ଖସାଇ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

Trending

Exit mobile version