ରାଜ୍ୟ

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ଟ୍ରକ

Published

on

କଳାହାଣ୍ଡିର ୯/୫ : କଳାହାଣ୍ଡିର ତୁରକେଲା ବ୍ରିଜରୁ ଟ୍ରକ ନଦୀକୁ ଖସିପଡିଛି । ଏଥିରେ ଟ୍ରକ ଡ୍ରାଇଭର ଓ ହେଲପର ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ କର୍ଲାପଡା ପୋଲିସ ପଂହଚି ଉଦ୍ଧାର କାମ ଜାରି ରଖିଛି । ଟ୍ରକ ଖଡିଆଳରୁ ଭବାନୀପାଟଣା ଆସୁଥିଲା । ଭାରସାମ୍ୟ ହରାଇ ଟ୍ରକ ବ୍ରିଜ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି ।
ତେବେ ଖବର ପାଇବା ପରେ ଘଟଣାସ୍ଥଳରେ ଅନେକ ଲୋକ ଏକତ୍ରୀତ ହୋଇଥିଲେ । କେମିତି ଦୁର୍ଘଟଣା ହେଲା ତାହା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ମିଳିଥିବା ସୂଚନା ଅନୁସାରେ, ରାସ୍ତାରେ ଯାଉଥିବା ସମୟରେ ଟ୍ରକଟି ଭାରସାମ୍ୟ ହରାଇ ନଦୀ ବ୍ରିଜରୁ ତଳକୁ ଖସିପଡିଥିବା ନେଇ ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version