ଜୟପୁର ୮/୧୨ : ଜୟପୁରଠାରେ ଜନଜାତି ଉପଜାତି ବିଭାଗର ଜଣେ ଅଡ଼ିଟ୍ ଅଫିସରଙ୍କଠାରୁ ଭିଜିଲାନ୍ସ ୭ ଲକ୍ଷ ୨୯ ହଜାର ଟଙ୍କା ଜବତ କରିଛି । ସେ ମାଲକାନଗିରିରୁ ଅଡିଟ୍ ସାରି ଫେରୁଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଗାଡ଼ିକୁ ଅଟକାଇ ତନଖି କରିବା ବେଳେ ସେଥିରୁ ଏତେ ପରିମାଣର ଟଙ୍କା ମିଳିଥିଲା । ସେ ଏତେ ଟଙ୍କା କେଉଁଠୁ ଆଣିଲେ ଏବଂ କ’ଣ ପାଇଁ ଆଣିଥିଲେ ସେ ସମ୍ପର୍କରେ ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା କରୁଛନ୍ତି । ଅଧିକାରୀ ଜଣଙ୍କ ହେଲେ ଆର୍ତ୍ତବନ୍ଧୁ ରାଉତ ।