ଅପରାଧ

ଭିଜିଲାନ୍ସ ଜାଲରେ କୋଣାର୍କ ଥାନା ଆଇଆଇସି

Published

on

ପୁରୀ ୨୭/୫ : ଲାଂଚ ନେବା ବେଳେ ପୁଣି ଆଜି ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ଗୋପ ଥାନା ଆଇଆଇସି ସୈାମ୍ୟଜିତ ମିଶ୍ର ତିନି ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ସୂଚନା ମୁତାବକ, ଭିଜିଲାନ୍ସ ଜାଲରେ ପୁଣି ଜଣେ ପୋଲିସ ଅଧିକାରୀ । ପୁରୀ ଜିଲ୍ଲା ଗୋପ ଥାନା ଆଇଆଇସି ସୈାମ୍ୟଜିତ ମିଶ୍ର ଏକ ବିବାଦର ସମାଧାନ ପାଇଁ ତିନି ହଜାର ଟଙ୍କା ମାଗିଥିଲେ । ନଚେତ କାମ କରାଇଦେବେନି କହିଥିଲେ । ବ୍ୟକ୍ତିଜଣକ ବାଧ୍ୟହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ବ୍ୟକ୍ତିଜଣକ ଟଙ୍କା ନେଇ ଥାନାରେ ଆଇଆଇସିଙ୍କୁ ଦେବା ସମୟରେ ଭିଜିଲାନ୍ସ ଚଢାଉ କରି ଧରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version