ଧାମନଗର ୩୧/୧୨ : ଧାମନଗର ବ୍ଲକ୍ ଧୁବଲ ପଂଚାୟତର ନିର୍ବାହୀ ଅଧିକାରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଜଣେ ଠିକାଦାରଙ୍କଠାରୁ ଟଙ୍କା ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ । ଠିକାଦାରଙ୍କ ବିଲ ପାଶ୍ କରିଦେବାପାଇଁ ସେ ଲାଂଚ ନେଉଥିବାବେଳେ ଧରାପଡ଼ିଥିଲେ । ତାଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି ।