ଭଦ୍ରକ ୫/୧୨ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭଦ୍ର ଡିଆରଡିଏର ଜଣେ ଅଧିକାରୀ । ସେ ହେଉଛନ୍ତି ପ୍ରୋଗ୍ରାମିଂ ଅଫିସର ସନ୍ଦୀପ ମହାନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଅଫିସ ସହ ଅନ୍ୟ କେତେକ ସ୍ଥାନରେ ଚଢ଼ାଉ କରିଛନ୍ତି । ପୁରୀ ଜିଲ୍ଲା କଣାସସ୍ଥିତ ଶଶୁର ଘର ଓ ଭୁବନେଶ୍ୱର ସମତେ ୫ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି ।