ଯାଜପୁର ୪/୧୨ : ଯାଜପୁରସ୍ଥିତ ଖଣି ଉପ-ନିର୍ଦ୍ଦେଶାଳୟର ବରିଷ୍ଠ କିରାଣୀ ଚିନ୍ମୟ ବେହୁରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । କାଳିଆପାଣି, ଯାଜପୁର ଓ କଟକ ଜିଲ୍ଲାରେ ଥିବା ତାଙ୍କ ନିଜ ଘର, ଶ୍ୱଶୁର ଘର ଓ ସମ୍ପର୍କୀୟଙ୍କ ଘର ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି । ତାଙ୍କ ନାମରେ ବହୁ ଦୁର୍ନୀତି ଅଭିଯୋଗ ରହିଛି ।